କମାରିଆରୁ ଦେଶୀ ଓ ବିଦେଶୀ ଚୋରା ମଦ ଜବତ୍‌, ୨ ଗିରଫ୍ |

368

କଟକ(ଉତ୍କଳ ନିଉଜ )୧୨/୦୨/୨୦୨୨ : ନିର୍ବାଚନ ସମୟରେ ଗାଁ ଗଣ୍ଡାଠୁଁ ଆରମ୍ଭ କରି ଛକ ବଜାର ଯାଏଁ ସବୁଠି ଚୋରା ମଦର ପସରା ମେଲିଛି । ନିର୍ବାଚନ ମାହୋଲକୁ ସରଗରମ କରି ରଖିବା ପାଇଁ ନେତାଠୁ ପ୍ରାର୍ଥି ପର୍ଯ୍ୟନ୍ତ ସମସ୍ତେ ମଦକୁ ଆଶ୍ରା କରିଛନ୍ତି । ମଦ ବିନା ସତେ ଯେମିତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ସମ୍ଭବ ନୁହେଁ । ଆଗୁଆ ଲକ୍ଷଲକ୍ଷ ଟଙ୍କାର ମଦ କିଣି ଗଚ୍ଛିତ ରଖୁଛନ୍ତି । ଏହାକୁ ସକ୍ରିୟ କରିବା ପାଇଁ ମଦ ବେପାରୀ ମଧ୍ୟ ଡୋର ସର୍ଭିସ ଦେଉଛନ୍ତି । ଶନିବାର ପୂର୍ବାରେ ବାଇକ୍ ଯୋଗ ଦୁଇ ଜଣ ଯୁବକ ୩ ବସ୍ତା ଦେଶୀ ଓ ବିଦେଶୀ ମଦ ନେଇ ଯାଉଥିବା ବେଳେ କମାରିଆ ବଜାରରେ ଲୋକଙ୍କ ଧରା ହାତରେ ପଡିଥିଲେ । ମାଷ୍ଟର ମାଇଣ୍ଡ କୌଶଳକ୍ରମେ ଖସି ପଳେଇ ଯାଇଥିବା ବେଳେ ଏହି ଦୁଇ ଜଣ ଧରା ପଡିଯାଇଥିଲେ । ତିହିଡି ପୋଲିସକୁ ଖବର ଦେବାପରେ ସେମାନଙ୍କୁ ଥାନାକୁ ଅଣାଯାଇ କାଗଜପତ୍ର ଯାଞ୍ଚ କରିବା ପରେ ସେଗୁଡିକ ଚୋରା ଚାଲାଣ ବୋଲି ସ୍ପଷ୍ଟ ହୋଇଥିଲା । ଯାହାକୁ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ବାସୁଦେବପୁର ବ୍ଲକ ଅଧିନ ଏଡତାଳ ଗାଁର ଭାଗିରଥି ଜେନା(୪୦) ଓ ସଞ୍ଜୟ ଜେନା(୩୪)ଙ୍କୁ ଗିରଫ୍ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।