୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ରୁଜାତାଙ୍କ ଦମଦାର ପ୍ରଚାର |

303

କଟକ(ଉତ୍କଳ ନୀଳକ )୧୧/୦୨/୨୦୨୨ : ତିହିଡି ବ୍ଲକର ୬ ନମ୍ବର ଜିଲ୍ଲା ପରିଷଦ ଜୋନ ସବୁବେଳେ ଗୁରୁତ୍ୱ ବହନ କରି ଆସୁଅଛି । ଏହି ଜୋନରେ ନାମିଦାମୀ ଓ ଖାମଦାନୀ ନେତାଙ୍କ ମଧ୍ୟରେ ଲଢେଇ ହୋଇଥାଏ । ଗତ ନିର୍ବାଚନରେ ଏହି ଜୋନଟିକୁ ବିଜେପି ପ୍ରାର୍ଥିଙ୍କୁ ହରାଇ ବିଜେଡି ବାଜିମାତ କରିଥିଲା । ଚଳିତ ନିର୍ବାଚନରେ ମଧ୍ୟ ଉଭୟ ବିଜେଡି ଓ ବିଜେପି ମୈଦାନରେ ରଣ ହୁଙ୍କାର ଦେଉଛନ୍ତି । ଏହି ଜୋନରେ ଉଭୟ ଦଳରୁ ଗୋଟିଏ ଗାଁରୁ ପ୍ରାର୍ଥି ହୋଇଥିବାରୁ ରୋଚକ ଲଢେଇ ହେବା ଚର୍ଚ୍ଚା ଚାଲିଛି । ଉଭୟ ପ୍ରାର୍ଥି ମଧ୍ୟ ରାଜନୈତିକ ଓ ସମ୍ଭାନ୍ତ ପରିବାରର । ତେବେ ବିଜେଡି ଦଳରୁ ପ୍ରାର୍ଥି ହୋଇଛନ୍ତି ଗୁଆମାଳ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଭାଉଜ ରୁଜାତା ପଣ୍ଡା ଏବଂ ବିଜେପିର ପ୍ରାର୍ଥି ହୋଇଥିବା ବରିଷ୍ଠ ନେତା ସୁଧାଂଶୁ ପାଣିଗ୍ରାହୀଙ୍କ ପୁତ୍ର ବଧୂ ପ୍ରିୟଙ୍କା ନନ୍ଦ । ତେବେ ପ୍ରଚାର ମୈଦାନରେ ବିଜେଡି ବିଭିନ୍ନ ଢଙ୍ଗରେ ଭୋଟରଙ୍କୁ ଆକୃଷ୍ଠ କରି ପାରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମାଇକ୍ ପ୍ରଚାର ଠାରୁ ଆରମ୍ଭ କରି ବାଇକ୍ ଶୋଭାଯାତ୍ରା, ପଥପ୍ରାନ୍ତ ସଭା, ପଦଯାତ୍ରା, ଡୋର କ୍ୟାମ୍ପନିଂ ଆଦି କରି ସ୍ୱତନ୍ତ୍ର ମାହୋଲ ସୃଷ୍ଟି କରି ପାରିଛନ୍ତି । ଗୁଆମାଳ, ଦୋଳସାହି, ତାଳପଦା, ନୟାନନ୍ଦ, ପାଳିଆ ଓ ଅଚକ ପଞ୍ଚାୟତକୁ ନେଇ ଗଠିତ ଏହି ଜୋନରେ ବିଜେଡି ସମସ୍ତ ପଞ୍ଚାୟତରେ ନିଜର ସମର୍ଥିତ ପ୍ରାର୍ଥି ଦେଇଛି । ରାଜ୍ୟ ସରକାରଙ୍କ ଲୋକାଭୁମୁଖି ଯୋଜନାର ସଫଳ ରୂପାୟନ ଲୋକଙ୍କୁ ମୌଳିକ ସୁବିଧା ୍େ‌ଯାଗାଇ ଦେବା, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଆଦି କ୍ଷେତ୍ରରେ ବେଶ ଅବଦାନ ରହଛି । ଏହି ଜୋନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଉନ୍ନତି ସାଧନ କରାଯାଇଛି ।

ଏହାକୁ ଆୟୁଧ କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବ ବୋଲି ଆଶାବାଦି ଅଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଦୋଳସାହିରେ ରୁଜାତା ପଣ୍ଡାଙ୍କ ଦମଦାର ପ୍ରଚାର ଥିଲା । ସରପଞ୍ଚ ପ୍ରାର୍ôଥ ଗୌରୀଶଙ୍କର ଜେନା, ସମିତି ସଭ୍ୟା ପ୍ରାର୍ଥିନୀ କପୁରା ସୋରେନ୍‌ଙ୍କ ସହ ସରପଞ୍ଚ ମିନତୀ ଦାସ, ବରିଷ୍ଠ ନେତା ଚହୁଲୁ ଦିକ୍ଷିତ, ରାଜେନ୍ଦ୍ର ଜେନା, ବିଜୟ ନାୟକ, ଦାସରଥି ମହାପାତ୍ର, ଚଗୁଲୁ ବିଶ୍ୱାଳ, ମନା ନାୟକ, ରମେଶ ଜେନା, ଭାଗିରଥି ଜେନା ପ୍ରମୁଖ ସାମିଲ ହୋଇଥିଲେ । ତେବେ ରୁଜାତା ପଣ୍ଡାଙ୍କୁ ବିଜୟର ମୁକୁଟ ପିନ୍ଧାଇବା ଲାଗି ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ, ଉପାଧ୍ୟକ୍ଷ ମାନସ ପାଠୀ, ବସନ୍ତ ନାୟକ, ସୁରେଶ ଚନ୍ଦ୍ର ମହାନ୍ତି, ସୁଧନ୍ୱା ନାୟକ, ଅମର ମହାଳିକ, ଶରତ ମଳିକ ପ୍ରମୁଖ ପ୍ରଚାର ଚଳେଇ ଆସୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।