ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ପ୍ରଚାର ମୈଦାନରେ ସାଂସଦ।

305

କଟକ(ଉତ୍କଳ ନିଉଜ )୩୦/୦୧/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ୬ ନମ୍ବର ବିଜେଡି ଜିଲ୍ଲା ପରିଷଦ ଜୋନର ପ୍ରାର୍ଥି ରୁଜାତା ପଣ୍ଡାଙ୍କ ପ୍ରଚାରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ଗତ ନିର୍ବାଚନରେ ଏହି ଜୋନ ସମେତ ତିହିଡି ବ୍ଲକର ସମସ୍ତ ୪ଟି ଆସନ ବିଜେଡି ହାତରେ ରହିଥିଲା ଏବଂ ଚଳିତ ନିର୍ବାଚନରେ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିବା ବୋଲି ଦଳ ଆଶା ପ୍ରକଟ କରିଛି । ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ଜିତାଇବା ସହିତ ଜୋନର ସମସ୍ତ ୬ଟି ପଞ୍ଚାୟତର ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥିଙ୍କୁ ବିଜୟର ମୁକୁଟ ପିନ୍ଧାଇବା ଲାଗି ପରାମର୍ଶ ଦେଇଥିଲେ । ଏହି ୬ ନମ୍ବର ଜୋନରେ ଥିବା ଗୁଆମାଳ, ଦୋଳସାହି, ତାଳପଦା, ପାଳିଆବିନ୍ଧା, ନୟାନନ୍ଦ ଓ ଅଚକ ପଞ୍ଚାୟତର ସରପଞ୍ଚ ଓ ସମିତି ପ୍ରାର୍ଥି ସ୍ୱର୍ଣ୍ଣଲତା ଜେନା, ଝିଲି ସାମଲ, ଗୌରୀଶଙ୍କର ଜେନା, କାପୁରା ସ୍ୱରେନ୍‌, ଜୟଶ୍ରୀ ବେହେରା, ଚିନ୍ତାମଣି ଦାସ, ଯଶୋଦା ମଲ୍ଲିକ, ଜୀବନଜ୍ୟୋତି ପଲେଇ, ନିରୁପମା ମଲ୍ଲିକ, ଅର୍ଚ୍ଚନା ନାୟକ, ପ୍ରେମଲତା ବିଶ୍ୱାଳ, ମାଧବୀଲତା ଭୋଇଙ୍କୁ ଭୋଟଦେଇ ଜିତାଇବାକୁ ଚାଲିଛି ଜୋରଦାର ପ୍ରଚାର । ଏକ ଦଳୀୟ କାର୍ଯ୍ୟକ୍ରମରେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବଦ୍ୟୁତଲତା ନାୟକ, ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ଗୁଆମାଳ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ହରେକୃଣ୍ଣ ଜେନା, ଶ୍ରୀମଦ ରାୟ, ଦିପ୍ତିକାନ୍ତ ଖୁଣ୍ଟିଆ, ପାର୍ଥସାରଥି ମହାରଣା, କଳ୍ପତରୁ ସେଠୀ, ଅଜୟ ପ୍ରଧାନ, ରାଜେଶ ବେହେରା, ଘନଶ୍ୟାମ ବେହେରା, ପ୍ରମୋଦ ନାୟକ, ଅଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନାଙ୍କ ପରିବର୍ତ୍ତେ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀଙ୍କୁ ତିହିଡି ବ୍ଲକ ସାଂସଦଙ୍କ ପ୍ରତିନିଧିଭାବେ ଏବଂ ହରେକୃଷ୍ଣ ଜେନାଙ୍କୁ ଜିଲ୍ଲା ଉନ୍ନୟନ ଓ ପରିଚାଳନା କମିଟିର ସଦସ୍ୟଭାବେ ମନୋନୀତ କରାଯାଇଥିବା ଘୋଷଣା କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |