୫୦ ଗୋରୁ ଉଦ୍ଧାର,୩ ଅଟକ

174

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଭଦ୍ରକ ବେଆଇନ ଗୋଚାଲାଣର ପର୍ଦାପାଶ |୫୦ରୁ ଅଧିକ ଗୋରୁ ଉଦ୍ଧାର |ଗାଡିକୁ ଜବତ କରିବାସହ ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ |ଖବର ଅନୁଯାୟୀ,ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ପୋଲିସ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି | ୧୬ନମ୍ବର ଜାତୀୟ ରାଜପଥରେ ଟ୍ରକ ଟି ବେଆଇନ ଭାବେ ଗୋରୁ ବୋଝେଇକରି ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା |ଏହି ସମୟରେ ଭଣ୍ଡାରୀ ପୋଖରୀ ପୋଲିସ ନାକାବନ୍ଦୀ କରି ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା |ତେବେ ବେଆଇନ ଭାବେ ଗୋରୁଚାଲାଣ ନେଇ ଟ୍ରକକୁ ଜବତ କରିଛି ପୋଲିସ |ସେହିପରି ଟ୍ରକରୁ ଉଦ୍ଧାର ହୋଇଥିବା ପ୍ରାୟ ୫୦ ଗୋରୁଙ୍କୁ ମଇତପୁର ସ୍ଥିତ ଗୋଶାଳାରେ ଛାଡ଼ିଛି ପୋଲିସ |ବେଆଇନ ଗୋଚାଲାଣ ଅଭିଯୋଗରେ ୩ଜଣଙ୍କୁ ଅଟକ ରଖିଛି ଭଣ୍ଡାରୀ ପୋଖରୀ ପୋଲିସ |