ସିପିଆଇ(ଏମ) ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥି ଘୋଷଣା

355

କଟକ(ଉତ୍କଳ ନିଉଜ) ୧୫/୦୧/୨୦୨୨ : ଉଭୟ ଶାସକ ଓ ବିରୋଧି ଦଳଙ୍କୁ କଡ୍ଡା ଜବାବ ଦେବାଲାଗି ସିପିଆଇ(ଏମ) ଋଣ କୌଶଳ ଆରମ୍ଭ କରିଛି । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳଞ୍ଜଳୀ ଦେଇ ଉଭୟ ଶାସକ ଓ ବିରୋଧି ଦଳ ରାଜନୀତି କରଣ ଚଳେଇ ଆସୁଛନ୍ତି । ସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଯୋଗାଇ ଦେବାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପର୍ଯ୍ୟନ୍ତ ଶିଳାନ୍ୟାସ ଓ ଉଦ୍‌ଘାଟନ ଜରିଆରେ ଭୋଟରଙ୍କ ମନ ଜିଣିବାରେ ବ୍ୟସ୍ଥ । ନର୍ବାଚନରେ ଜିତିବା ପରେ ହାତି ଘୋଡା ଦେବାର ପ୍ରତିଶୃତି ପାହାଡ ଛିଡା କରାଇଥାନ୍ତି ମାତ୍ର ବିଜୟ ହାହଲ ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ କର୍ମୀଙ୍କୁ ଭୁଲି ଯାଇ ସରକାରୀ ଯୋଜନାରେ ଲୁଟିବାର ଅଭିପ୍ରାୟ ରଖିଥାନ୍ତି । ନିର୍ବାଚନ ପୂର୍ବରୁ ସାଇକେଲ ମରାମତି କରିବାକୁ ଅସମର୍ଥ ଥିବା ନେତା ଜିତିବାର ବରଷକ ପରେ ବାଇକ୍ ଠାରୁ ଆରମ୍ଭ କରି ୪ ଚକିଆ ଗାଡି କିଣିବା ସହିତ ସୁନ୍ଦର ଅଟ୍ଟାଳିକା ନିର୍ମାଣ କରିଥାନ୍ତି । ଏସବୁକୁ ବହୁ ଦୂରରେ ରଖି ଲୋକଙ୍କ ସେବା କରିବାର ସୁଯୋଗ ନେବାକୁ ସିପିଆଇ(ଏମ) ଅଣ୍ଟା ଭିଡିଛି । ସ୍ୱଳ୍ପ ସଂଖ୍ୟକ ପ୍ରାର୍ଥି ଦେଇ ଲୋକଙ୍କ ସହଭାଗିତା ହେବାର ସୁଯୋଗକୁ ଅପେକ୍ଷା କରିଛି । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲା ସ୍ତରୀୟ ପ୍ରଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ୭ ଓ ୮ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ତିହିଡି ଆଞ୍ଚଳିକ କମିଟି ପକ୍ଷରୁ ଏକ ବୈଠକ ଜରିଆରେ ଏପରି ନିଷ୍ପତି ନିଆଯାଇଛି ।

୭ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ôଥନୀଭାବେ ବାରୋ ଗ୍ରାମର ଜ୍ୟୋର୍ତିମୟୀ ଦାସ ଏବଂ ୮ ନମ୍ବର ଜୋନର ନୂଆନନ୍ଦ ଗ୍ରାମର ମମତାରାଣୀ ଜେନାଙ୍କ ନାମ ଘୋଷଣା କରାଯାଇଛି । ସବୁଠୁ ବଡ କଥା ହେଉଛି ମମତାରାଣୀ ଜେନା ଜଣେ ଆଶା କର୍ମୀଭାବେ ଗାଁର ଲୋକଙ୍କ ସେବା କରନ୍ତି । ତେବେ ନିର୍ବାଚନରେ ତାଙ୍କୁ ସମର୍ଥନ ମିଳିଲେ ଜିଲ୍ଲା ପରିଷଦ ଜୋନର ସମସ୍ତ ଲୋକଙ୍କ ସେବା କରିବାର ସୁଯୋଗ ମିଳିବ ବୋଲି ଆଶା ବାନ୍ଧିଛନ୍ତି । ତେବେ ଦୂର୍ନୀତି ଠାରୁ ବହୁ ଦୂରରେ ରହି ଏହି ଦଳ ସେବା କରିବା ସହିତ ସରକାରୀ ଯୋଜନାକୁ ସୁଚାରୁରୂପେ କାର୍ଯ୍ୟକାରୀ କରାଯିିବ ବୋଲି ଜିଲ୍ଲା ସମ୍ପାଦକ ଦିବ୍ୟସିଂ ନାୟକ, ଆଞ୍ଚଳିକ କମିଟିର ସମ୍ପାଦକ ଆଇନ୍‌ଜୀବି ବିଷ୍ଣୁ ଚରଣ ଦାଶ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରଫୁଲ କୁମାର ପାଢୀ ଓ ଚନ୍ଦ୍ରଶେଖର ନାୟକ, ନାରାୟଣ ଦାଶ, ନିର୍ମଳ ଦଳେଇ, କୃଷ୍ଣ ମଳିକ, ଦିଲ୍ଲିପ ନାଥ, ଗୟାଧର ସେଠୀ, ଶ୍ରୀଧର ଜେନା, ସତ୍ୟବ୍ରତ କୁଣ୍ଡ, ପିତାମ୍ବର ମଳିକ, ଅର୍ଜୁନ ବଳ, କରୁଣାକର ସାହୁ, ଆଶା କର୍ମୀ ସଂଘର ବ୍ଲକ ସମ୍ପାଦିକା ସେବତୀ ରାଉଳ, କ୍ରିଷ୍ଣାରାଣୀ ବାରିକ, ଅନ୍ନପୂର୍ଣ୍ଣା ଦାସ, ସେବତୀ ସାହୁ, ଶ୍ରଦ୍ଧାଞ୍ଜଳୀ ନାୟକ ଓ ଭାରତୀ ପଣ୍ଡା ପ୍ରମୁଖ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |