ପରୀକ୍ଷା ଦେବାକୁ ଯାଇଥିବା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ, ମାମଲା ରୁଜୁରେ ସୀମିତ ବାଂଶଡା ପୋଲିସ, ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ମାତାପିତା।

283

କଟକ (ଉତ୍କଳ ନ୍ୟୁଜ) ୧୧-୦୧-୨୦୨୨ : ପରୀକ୍ଷା ଦେବାକୁ ଯାଇଥିବା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ, ମାମଲା ରୁଜୁରେ ସୀମିତ ବାଂଶଡା ପୋଲିସ, ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ମାତାପିତା। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଜା ଥାନାଧିନ ଖଦାଳପୋଖରୀ ଗାଁରେ। ଏହି ଗାଁର ଜନୈକା ନାବାଳିକା ତଥା ଦଶମ ଶ୍ରେଣୀର ଜନୈକା ଛାତ୍ରୀ ସ୍ଥାନୀୟ ନୂଆଗାଁ ହାଇସ୍କୁଲରେ ପରୀକ୍ଷା ଦେବାକୁ ଯାଇଥିବା ଏବଂ ସେଠାରେ ଟିଫିନ କରିବାକୁ ପରିସର ବାହାରକୁ ଆସିଥିବା ବେଳେ ସେହି ଗାଁର ମଇନା ବାରିକ ନାମକ ଜଣେ ଯୁବକ କେତେକ ସହଯୋଗିଙ୍କ ସହାୟତାରେ ଅପହରଣ କରିଥିବା ଅଭିଯୋଗ ହୋଇଛି।

ଗତ ୭ ତାରିଖରେ ଏପରି ଅଘଟଣ ଘଟିଛି ଏବଂ ନାବାଳିକାର ମାତାପିତାଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ମଧ୍ଯ ରୁଜୁ ହୋଇଛି। ମାତ୍ର ମାମଲା ରୁଜୁକରି ପୋଲିସ ତାର ଦାୟିତ୍ବ ତୁଲାଇ ଥିବାନେଇ ନାବାଳିକାର ମାତାପିତା ଝିଅକୁ ଉଦ୍ଧାର କରିବା ସହିତ ଅପହରଣକାରୀ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବା ଏସଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ନାବାଳିକା ଝିଅର ଜୀବନ ବିପଦପୂର୍ଣ୍ଣ ଥିବା ଆଶଙ୍କା କରି ପରିବାରରେ ରନ୍ଧାବଢା ପ୍ରାୟ ବନ୍ଦ ହୋଇଯାଇଛି। ଏପରି ସ୍ଥଳରେ ପୋଲିସର ନିରବତା ମାତାପିତାଙ୍କୁ ନୈରାଶ ମଧ୍ଯକୁ ଠେଲି ନେଉଛି। ତେବେ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହୃତଙ୍କ ଖୁବ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚାନ୍ଦବାଲି ଏସଡିପିଓ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |