ଦେଶୀ ମଦ ସହିତ ବାଇକ ଜବତ , ୨ ଅଭିଯୁକ୍ତ ଗିରଫ।

244

କଟକ (ଉତ୍କଳ ନ୍ୟୁଜ) ୦୭-୦୧-୨୦୨୨: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଛକ ନିକଟରେ ଚଢାଉ କରାଯାଇ ଗୋଟିଏ ୟାମାହା ସାଲ୍ୟୁଟୋ ମୋଟର ସାଇକେଲରୁ (ଓଡି-୨୨କେ-୯୧୩୫) ୬୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଧାମନଗର ଥାନା ଅନ୍ତର୍ଗତ ବେଲମଳା ଗ୍ରାମର ସୁଶାନ୍ତ କୁମାର ସ୍ବାଇଁ ଓ ରତ୍ନାକର ସ୍ବାଇଁଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ ଓ ସଂଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |