କୁଚକ୍ରୀ ନେତାଙ୍କ ପାଇଁ ଗୋବିନ୍ଦପୁର ପଞ୍ଚାୟତର ସଂରକ୍ଷଣ ବ୍ୟବସ୍ଥା ଓଲଟ ପାଲଟ, ଅନୁସୂଚିତ ଜାତିକୁ ଅଗ୍ରାଧିକାର ଦିଆନଗଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ।

225

କଟକ(ଉତ୍କଳ ନିଉଜ)୦୪/୦୧/୨୦୨୨ : ନେତାଙ୍କ ପାଇଁ ଗୋବିନ୍ଦପୁର ପଞ୍ଚାୟତର ସଂରକ୍ଷଣ ବ୍ୟବସ୍ଥା ଓଲଟ ପାଲଟ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ସରପଞ୍ଚ ପଦବୀକୁ ଅନୁସୂଚିତ ଜାତି ବର୍ଗ ପାଇଁ ଅଗ୍ର।।ଧିକାର ଦିଆନଗଲେ ଆଗାମି ଦିନରେ ଅଦାଲତର ଆଶ୍ରୟ ବେବାକୁ ଚେତାବନି ଦିଆଯାଇଛି । ଏଭଳି ସଂଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରୁ । ଏହି ପଞ୍ଚାୟତର ଅନୁସୂଚିତ ଜାତି ବର୍ଗର ଲୋକଙ୍କ ସାମ୍ବିଧାନିକ ନିର୍ବାଚନୀ ଅଧିକାରକୁ ବଳପୂର୍ବକ ଭାବେ ଛଡେଇ ନିଆଯାଇଛି । ଏ ସମ୍ପର୍କରେ ପଞ୍ଚାୟତର ଉପେନ୍ଦ୍ର ବାରିକ, ବଂଶିଧର ଯେନା, କୈଳାସ ମାଝୀ, ଘନଶ୍ୟାମ ମାଝୀ, ନାରାୟଣ ଯେନା, ହରିହର ମାଝୀ, ସନ୍ତୋଷ ଯେନା, ଜଗନ୍ନାଥ ଦାସ, ଭକ୍ତ ଚରଣ ଦାସ, କୁଳମଣି ମାଝୀ, ରୁନୁଲତା ମାଝୀ, ରଶ୍ମିତା ମାଝୀ, ଟୁକୁ ମାଝୀ, ମଂଜୁଲତା ମାଝୀ, ସୁଲୋଚନା ମାଝୀ, ଲକ୍ଷ୍ମୀ ମାଝୀ, ଉପେନ୍ଦ୍ର ମାଝୀ, ନିତ୍ୟାନନ୍ଦ ମାଝୀ, ଗୀତାଞ୍ଜଳି ମାଝୀ ପ୍ରମୁଖଙ୍କ ସହିତ ଅନସୂଚିତ ଜାତିର ଶତାଧିକ ମହିଳା ଓ ପୁରୁଷ ଜିଲାପାଳ, ରାଜ୍ୟ ନିର୍ବାଚନ କମିଶନର ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଅଭିଯୋଗ ମୁତାବକ, ଦୀର୍ଘ ୨୫ବର୍ଷ ଧରି ନିର୍ବାଚନୀ ଅଧିକାରରୁ ପଞ୍ଚାୟତର ଅନୁସୂଚିତ ଜାତି ବର୍ଗ ଲୋକ ସାମ୍ବିଧାନିକ ନିର୍ବାଚନୀ ଅଧିକାରରୁ ବଂଚିତ ହୋଇ କୌଣସି ପଦ ପଦବୀରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରୁ ନାହାନ୍ତି । ପଞ୍ଚାୟତର ବିଗତ ୧୯୯୨ ମସିହାରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଥିଲା । ପରେ ୧୯୯୭ ମସିହାରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ ହୋଇଥିଲା । ୨୦୦୨ ମସିହାରେ ଅଣସଂରକ୍ଷିତ, ୨୦୦୭ ମସିହାରେ ପଛୁଆବର୍ଗ ମହିଳା, ୨୦୧୨ ମସିହାରେ ଅଣସଂରକ୍ଷିତ ଓ ୨୦୧୭ ମସିହାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଥିଲା । ଚଳିତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ସଂରକ୍ଷଣ ବ୍ୟବସ୍ଥାରେ ଠିକ୍ ଭାବେ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ କରାଯାଇ ତାଲିକା ପ୍ରକାଶ ପାଇଥିଲା । ମାତ୍ର କିଛି କୁଚକ୍ରୀ ରାଜନେତାଙ୍କ ପ୍ରରୋଚନାରେ ଏହି ସଂରକ୍ଷଣକୁ ପରିବର୍ତ୍ତନ କରାଯାଇ ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଚାୟତର ସଂରକ୍ଷଣ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇ ସେମାନଙ୍କୁ ସୁହାଇବା ପାଇଁ ଅଣ ସଂରକ୍ଷିତ ମହିଳା କରାଯାଇ ତାଲିକା ପ୍ରକାଶିତ କରାଯାଇଛି । ପଞ୍ଚାୟତର ୪୦ରୁ ଅଧିକ ପ୍ରତିଶତ ଅନୁସୂଚିତ ଜାତି ବସବାସ କରୁଥିବା ବେଳେ ସରକାରଙ୍କ ନିକଟକୁ ଅନୁସୂଚିତ ଜାତି ପଞ୍ଚାୟତରେ କମ୍ ପ୍ରତିଶତ ଥିବା ସରକାରୀ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ସେଥିରେ ଅନୁସୂଚିତ ଜାତିର ଲୋକମାନଙ୍କୁ ଅପମାନିତ ଓ ପ୍ରତାରଣା କରାଯାଇଛି । ସର୍ବୋପରି ଏହି ସଂରକ୍ଷଣରେ ଅନୁସୂଚିତ ଜାତିର ଲୋକମାନଙ୍କ ଠାରୁ ବଳ ପୂର୍ବକ ନିର୍ବାଚନୀ ଅଧିକାରକୁ ଛଡ଼ାଇ ନିଆଯାଇ ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |