ଦିନ୍ ଦହାଡେ ଛିନ୍ତାଇ, ଦୁଇ କଲେଜ ଛାତ୍ରୀ ଆହତ।

290

କଟକ (ଉତ୍କଳ ନ୍ୟୁଜ) ୧୧-୧୨-୨୦୨୧ : ଲୁଟେରା ମାତିଛନ୍ତି ଭଦ୍ରକ ସହରରେ। ନିକଟ ଅତୀତରେ ଦୁଇ ଦୁଇ ଥର ପୁଲିସ ପକ୍ଷରୁ ଏନକାଉଣ୍ଟର ହେବା ପରେ ମଧ୍ୟ ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ଚୋରି, ଲୁଟତରାଜ, ରାହାଜାନୀ, ଛିନତାଇ, ଲୁଟ ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ଭଦ୍ରକ ସହରାଞ୍ଚଳରେ ଏପରି ଅପରାଧ ବଢୁଥିବା ବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଛାତ୍ରଛାତ୍ରୀ ଓ ସାଧାରଣ ଜନତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୁରୁଣା ବଜାର ବାଲିପାଟଣା ଛକରେ। ଦୁଇ ଜଣ ଛାତ୍ରୀ କଲେଜରୁ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ଛାତ୍ରୀଙ୍କ ପାଖରୁ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ଛାତ୍ରୀ ଜଣଙ୍କ କିଛି ବାଟ ପିଛା କରିଥିବା ବେଳେ ଏକ ଛକରୁ ଦ୍ରୁତ ଗତିରେ କେଉଁ ଆଡେ ପଳାଇ ଯାଇଥିଲେ ଲୁଟେରା। ଏହି ଘଟଣାରେ ଲୁଟେରାମାନେ ମୋବାଇଲ ଛଡ଼ାଇ ନେଉଥିବା ବେଳେ ଦୁଇଜଣ ଛାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ପୁରୁଣା ବଜାର ଥାନାରେ ଏତଲା ଦାଏର କରାଯାଇଛି। ଏତଲା ପରେ ପୁରୁଣା ବଜାର ପୋଲିସ ଲୁଟେରାଙ୍କ ସ୍କୁଟି ନମ୍ବର ପ୍ଲେଟ୍କୁ ନେଇ ତଦନ୍ତ ଆରମ୍ଭ କରିଛି। ହେଲେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |