୯ ଶହ ଲିଟର ଦେଶୀ ମଦ ସହିତ କାର ଓ ସ୍କୁଟି ଜବତ, ଜଣେ ଗିରଫ।

280

କଟକ ( ଉତ୍କଳ ନ୍ୟୁଜ) ୧୭-୧୧-୨୦୨୧: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚାରିଘାରିଆ ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଟାଟା ଇଣ୍ଡିଗୋ କାରରୁ (ଓଆର-୨୨ଇ-୦୧୧୯) ୫ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଗୁରାଇ ଗ୍ରାମର ଜୀବନଧର ଦାସ ଓରଫ ଚଗୁଲୁଙ୍କୁ ଗିରଫ କରା ଯାଇଛି । ସେହିପରି ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଚଢାଉ କରାଯାଇ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି (ଓଡି-୦୫ଇ-୬୧୫୪) ସହିତ ୪ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ବେଳେ

ଏଥିରେ ସଂପୃକ୍ତ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ସମୁଦାୟ ୯ ଶହ ଲିଟର ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଅବକାରୀ ବିଭାଗ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |