ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ୨ ଅଭିଯୁକ୍ତ ଗିରଫ।

353

କଟକ ( ଉତ୍କଳ ନ୍ୟୁଜ) ୧୭-୧୧-୨୦୨୧: ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ୨ ଅଭିଯୁକ୍ତ ଗିରଫ। ଏମଭି ଚେକିଂ ବେଳେ ତିହିଡ଼ି ପୋଲିସକୁ ମିଳିଲା ସଫଳତା। ଚେକିଂ ଦେଖି ଖସି ପଳାଉଥିଲେ ଅଭିଯୁକ୍ତ ଆଉ ପିଛାକରି ମାଡିବସିଲା ପୋଲିସ। ଦୁଇ ଜଣଙ୍କ ଠାରୁ ଜବତ ହେଲା ୮୦ ଗ୍ରାମର ବ୍ରାଉସୁଗାର। ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ପୋଲିସ ସ୍ଥାନୀୟ ସତସଙ୍ଗ ବିହାର ଛକ ନିକଟ ରେ ଚେକିଂ କରୁଥିଲା।

ବାଇକରେ ଆସୁଥିବା ୨ ଜଣ ଯୁବକ ପୋଲିସକୁ ଦେଖି ପଳାଇଥିଲେ । ପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ନନ୍ଦପୁର ଛକ ନିକଟରେ ମାଡିବସିଥିଲା। ପରେ ଯାଞ୍ଚ ବେଳେ ଦୁଇ ଯୁବକଙ୍କ ନିକଟରୁ ୮୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ବୋଲି ଚାନ୍ଦବାଲି ଏସଡ଼ିପିଓ ଦେବି ଶଙ୍କର ପ୍ରତାପ ସୂଚନା ଦେଇଛନ୍ତି ।

ତେବେ ଗିରଫ ଦୁଇଜଣ ହେଲେ ତିହିଡି ଥାନା ଅନ୍ତର୍ଗତ ବୁଧୁପୁର ଗାଁର ପରେଶ ଜେନା ଓ ପିରାହାଟ ଥାନା ଛାତ୍ରପଦାର ରଶ୍ମି ରଞ୍ଜନ ନାଥଶର୍ମା ବୋଲି ଆଇଆଇସି ତପନ କୁମାର ପ୍ରଧାନଙ୍କ ଠାରୁ ସୂଚନା ଦେଇଛନ୍ତି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଅଧିକ ତଦନ୍ତ ଜାରି ରହିଛି।

ତେବେ ଏହି ଦୁଇ ଅଭିଯୁକ୍ତଙ୍କୁ ବ୍ରାଉନ ସୁଗାର ଯୋଗାଇଥିବା ମାଷ୍ଟର ମାଇଣ୍ଡ ଧରା ପଡିଲେ ଏକ ବଡ ଧରଣର ଖୁଲାସା ହୋଇପାରିବ ବୋଲି ପୋଲିସ ଆକଳନ କରିଛି। ସେମାନଙ୍କ ଠାରୁ ପୋଲିସ ଏକ ବାଇକ, ୨ ମନିପର୍ସ ସହ ନଗଦ ଟଙ୍କା ଜବଦ କରିଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |