ଘରୋଇ କମ୍ପାନୀ ଋଣକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ।

373

କଟକ(ଉତ୍କଳ ନିଉଜ)୧୨/୧୦/୨୦୨୧ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବିଜୟ ନଗର ପଞ୍ଚାୟତ ଅଧରନ ଗୋବିନ୍ଦପୁର ଗାଁରେ ଏକ ଘରୋଇ କମ୍ପାନୀର ଋଣ ପ୍ରଦାନକୁ କେନ୍ଦ୍ରକରି ମହିଳା ଗୋଷ୍ଠିର ଜନୈକା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତା ମହିଳାଙ୍କ ଗୋଡ ଓ ହାତ ଭାଙ୍ଗି ଯାଇ ଥିବା କୁହା ଯାଉଛି । ଏହି ଘଟଣାକୁ କେନ୍ଦ୍ରକରି ମହିଳାଙ୍କୁ ସମର୍ଥନ ଜଣାଇବା ସହିତ ମହିଳା ଗୋଷ୍ଠିଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ସହିତ ଅଭିଯୁକ୍ତକୁ ଗିରଫ୍ କରିବା ଲାଗି ଦାବି କରାଯାଇଛି । ସୂଚନା ମୁତାବକ, ମଧୁରା ଫାଇନାନ୍ସ ନାମକ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରେ ୧୬ ଜଣ ମହିଳା ବିଶିଷ୍ଟ ଏକ ମହିଳା ଗୋଷ୍ଠୀଙ୍କ ସୁପାରିସରେ ସେହି ଗାଁର ପ୍ରମିଳା ବେହେରା ଋଣ ଦିଆଯାଇଥିଲା । ତାଙ୍କର ୩ ହଜାର ଟଙ୍କାର ୨ଟି କିସ୍ତି ବାକି ରହିଛି । ଯାହାକୁ ନେଇ ମହିଳା ଗୋଷ୍ଠି ପକ୍ଷରୁ ବାରମ୍ବାର ତାଗିଦ୍ କରାଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମିଳାଙ୍କ ସ୍ୱାମୀ ଗୋବିନ୍ଦ ବେହେରା ଏହି ମହିଳା ଗୋଷ୍ଠୀର ସଭ୍ୟ ଗିତାରାଣୀ ସମାଲଙ୍କୁ ଏକ ବାଡ଼ିରେ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |