ଡ୍ରଗ୍ସ କେସରେ ଫସିଲେ ରକୁଳ ଓ ରାଣା |

163

କଟକ (ଉତ୍କଳ ନ୍ୟୁଜ):୨୭-୦୮-୨୦୧୧: ଡ୍ରଗ୍ସ କେଶରେ ଫସିଲେ ବାହୁବଳୀର ଭଲ୍ଲାଲଦେଵ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁଵତୀ | ୪ ବର୍ଷ ପୁରୁଣା ଡ୍ରଗ୍ସ କେସରେ ତାଙ୍କୁ ପ୍ରବର୍ତନ ନିର୍ଦେଶାଳୟ ସମନ ଦେଇଛି | କେବଳ ରାଣା ଦଗୁଵତୀ ନୁହନ୍ତି ତାଙ୍କ ସହ ଏକାଧିକ ସାଉଥଷ୍ଟାର ମଧ୍ୟ ଅଛନ୍ତି | ଅଭିନେତ୍ରୀ ରକୁଲ ପ୍ରିତି , ରବି ତେଜା, ନିର୍ଦେଶକ ପୁରୀ ଜଗନ୍ନାଥଙ୍କୁ ମଧ୍ୟ ଡାକରା ଆସିଛି | ରକୁଲ ପ୍ରିତି ଙ୍କୁ ସେପ୍ଟେମ୍ବର ୬, ଦଗୁଵତୀ ଙ୍କୁ ସେପ୍ଟେମ୍ବର ୮,ରବି ତେଜା ଙ୍କୁ ସେପ୍ଟେମ୍ବର ୯ ଏବଂ ପୁରୀ ଜଗନ୍ନାଥ ଙ୍କୁ ସେପ୍ଟେମ୍ବର ୩୧ ରେ ହାଜର ହବାକୁ ନୋଟିସ ଜାରିକରା ଯାଇଛି | ୪ବର୍ଷ ତଳର ଏହି ଦୃଗ୍ସ ଲିଙ୍କ ରେ ଏବେସୁଦ୍ଧା ୧୨ ଜଣକୁ ସମନ ପଠାଇସାରିଲାଣି ଇଡି | ୨୦୧୭ ମସିହାରେ ଜୁଲାଇ ମାସରେ ଛଡାଉ କରି ବିପିଲା ପରିମାଣର ଦୃଗ୍ସ ଜବତ କରାଯାଇଥିଲା |