ବିଧବାଙ୍କୁ ମରଣାନ୍ତକ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ।

374

କଟକ(ଉତ୍କଳ ନିଉଜ)୨୫/୦୮/୨୦୨୧ : ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ତହସିଲ ରୋଡରେ ସାନଭାଇ ସହିତ ବାଇକରେ ଯାଉଥିବା ଜଣେ ବିଧବାକୁ ମରଣାନ୍ତକ ଆକ୍ରମଣ କରାଯିବା ସହିତ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ୪ ଜଣ ନାମଧାରୀଙ୍କ ସମେତ ସେମାନଙ୍କ କେତେକ ସହଯୋଗିଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ୩୨୬/୨୧ ରୁଜୁକରି ତଦନ୍ତ ଚଳାଇଥିବା ଜଣାଯାଇଛି । ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ଭଦ୍ରାକାଳୀସାହିର ରତ୍ନାକର ପଣ୍ଡାଙ୍କ ଝିଅ ବିଜୟାଲକ୍ଷ୍ମୀ ପଣ୍ଡା ଗତ ୬ ବର୍ଷ ମହରମପୁର ପଞ୍ଚାୟତ ଅଧିନ ଷାଟିବାଟି ଗାଁର ତପନ ଆଚାର୍ଯ୍ୟଙ୍କୁ ବୈଦ୍ଦିକ ଋତିରେ ବିବାହ କରିଥିଲେ । ତାଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ତେବେ ଗତ ତା ୨୪.୦୪.୨୧ରିଖରେ ତପନ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଚକ୍ରାନ୍ତ କରି ତପନକୁ ମାରି ଦେଇଥିବା ତାଙ୍କ ବିଧବା ପତ୍ନୀ ପରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ସ୍ୱାମୀର ମୃତ୍ୟୁ ପରେ ପିଲାକୁ ଧରି ବାପଘରେ ରହୁଥିଲା ବିଜୟଲକ୍ଷ୍ମୀ । ଗତ ତା ୨୦.୦୮.୨୧ରିଖରେ ବିଜୟଲକ୍ଷ୍ମୀ ତାଙ୍କ ଶ୍ୱଶୁର ଘରକୁ ସାମଗ୍ରୀ ନେବାକୁ ଆସିଥିଲେ ।ଏକ ଅଟୋରେ ସାମଗ୍ରୀ ଭର୍ତ୍ତୀକରିବା ପରେ କାହ୍ନୁଆ ଦାସ ଓ ତାଙ୍କର ମାଆ ଏବଂ ଭାଇ ମାଡମାରି ସୁନା ଚେନ୍ ସମେତ ଘରୋଇ ଆସବାବ ପତ୍ର ନେଇ ଯାଇଥିଲେ । ନିରାଶ ହୋଇ ଫେରିବା ପରେ ବିଜୟଲକ୍ଷ୍ମୀ ଥାନାର ଦ୍ୱାରସ୍ଥ ହୋଇଥିଲା । ପରେ ଗତ ୨୪.୦୮.୨୧ରିଖରେ ଥାନାରେ ପୋଲିସ ଉପସ୍ଥିତିରେ ଉକ୍ତ ଘଟଣାର ଆପୋଷ ବୁଝାବଣା ହୋଇଥିଲା ।

ଅପରପକ୍ଷ ଭୁଲ ସ୍ୱିକାର କରିବା ସହିତ ସାମଗ୍ରୀ ମଧ୍ୟ ଫେରେଇ ଦେଇଥିଲେ । ରାତି ପ୍ରାୟ ୯ଟାରେ ବିଜୟଲକ୍ଷ୍ମୀ ନିଜ ସାନଭାଇ ରାଜେନ୍ଦ୍ର ପଣ୍ଡାଙ୍କ ସହିତ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ତହସିଲ ରାସ୍ତା ନିକଟରେ ଶୁସନ୍ତ ମଳିକ, କାହ୍ନୁଆ ଦାସ ଓ ତାଙ୍କର ସାନଭାଇ, ବିଜୟଲକ୍ଷ୍ମୀଙ୍କ ଦିଅର ସମେତ କେତେକ ସହଯୋଗି ୨/୩ଟି ବାଇକ୍‌ରେ ଆସି ହଠାତ୍ ଭୁଜାଲୀରେ ହାଣିଥିଲେ । ବିଜୟଲକ୍ଷ୍ମୀ ଅଚେତ ହୋଇ ତଳେ ପଡିଯିବା ପରେ ତାଙ୍କୁ ଅସଦାଚରଣ କରିବା ସହିତ ସୁନା ଚେନ୍ ଛିଡାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି । ମୂମୁର୍ଷ ଅବସ୍ଥାରେ ବିଜୟଲକ୍ଷ୍ମୀଙ୍କ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାତିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବୁଧବାର ବିଜୟଲକ୍ଷ୍ମୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ରେଫର କରାଯାଇଥିଲେ ହେଁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଭଦ୍ରକରେ ଜୀବନ ସହ ସଂଗ୍ରାମ କରୁଥିବା ପରିବାର ପକ୍ଷରୁ କୁହାଯାଇଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |