ଯାଜପୁର ଜିଲ୍ଲ‍ା ସୂକିନ୍ଦା ରେ ବିଭତ୍ସ ହତ୍ୟା କାଣ୍ତ । ଶୋଇବା ସ୍ଥାନରୁ ବୃଦ୍ଧ କୁ ଟେକି ନେଇ ପଥର ଛେଛି ହତ୍ୟା |

151

କଟକ (ଉତ୍କଳ ନ୍ୟୁଜ ): ୨୫-୦୮-୨୦୨୧: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଖରଡି ପଂଚାୟତ ହରିଡାବାହାଳି ଗ୍ରାମ ରେ ବିଭତ୍ସ ହତ୍ୟା କାଣ୍ତ । ମୃତକ ହେଉଛନ୍ତି ସୁନିଆ ସୁରେନ୍ । ସେ ନିଜ ଘର ବାରଣ୍ତା ଶୋଇଥିବା ବେଳେ ତାଙ୍କୁ ଟେକି ନେଇ ପଥରେ ଛେଛି ଛେଛି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ସୁକିନ୍ଦା ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ରୁ ହତ୍ୟା କାଣ୍ତ ଘଟିଛି ତାହା ଜଣାପଡିନାହିଁ। ମୃତ ବୃଦ୍ଧ ଜଣଙ୍କ ଗ୍ରାମ ରେ ଝଡାଫୁଙ୍କା କରି ଲୋକ ଙ୍କୁ ଭଲ କରିଥାନ୍ତି। ଗୁଣି ଗାରେଡି ସନ୍ଦେହ ରେ ତାଙ୍କୁ ହତ୍ୟା କରା ଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଯାଜପୁର ରୁ ସଞ୍ଜୟ କୁମାର ବିଶ୍ୱାଳ ଙ୍କ ରିପୋର୍ଟ ଉତ୍କଳ ନିଉଜ |