ବୃଦ୍ଧଙ୍କ ଦ୍ବାରା ୧୪ ବର୍ଷିୟ ନାବାଳିକା ୫ ମାସର ଗର୍ଭବତୀ।

525

କଟକ( ଉତ୍କଳ ନିଉଜ଼ )୨୧.୦୭.୨୦୨୧ ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଜା ପଞ୍ଚାୟତ ଅଧିନ ମଠସାହି ଗାଁରେ ଜନୈକା ୧୪ ବର୍ଷିଆ ନାବାଳିକା ୫ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ୬୦ ବର୍ଷିଆ ମାୟାଧର ଦାସ ଓରଫ କାର୍ତ୍ତିକ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକା ସହିତ ବହୁବାର ଦୁଷ୍କର୍ମ କରିଥିବା ପରିବାର ଲୋକେ ଏବେ ଜାଣିବାକୁ ପାଇଛନ୍ତି। ବୃଦ୍ଧ ମାୟାଧର ବିଜେପିର ପୂର୍ବତନ ପଞ୍ଚାୟତ ସଭାପତି ବୋଲି ନାବାଳିକାର ମାଆଙ୍କ ପକ୍ଷରୁ ସୂଚନା ମିଳିଛି। କିଛିଦିନ ହେଲା ଝିଅ ସ୍ବାସ୍ଥ୍ୟର ଅସ୍ଵଭାନୀୟ ଅବସ୍ଥା ଦେଖାଦେବା ପରେ ମାଆ ପଚାରି ବୁଝିବା ପରେ ଘଟଣା ଚଳିତ ମାସ ୧୬ ତାରିଖରେ ପଦାକୁ ଆସିଛି। ମାତ୍ର ବିଜେପିର କେତେକ ଛାମୁଆ ନେତା ବୈଠକ କରିବାର ଆଳ ଦେଖାଇ ଅଭିଯୁକ୍ତକୁ ଚତୁରତାର ସହିତ ବାହାରକୁ ଖସେଇ ଦେଇଥିବା କୁହାଯାଇଥାଉଛି। ଯାହାକୁ ନେଇ ନାବାଳିକାର ମାଆ ଉତ୍‌କ୍ଷିପ୍ତ ହେବା ସହିତ ଥାନାର ଦ୍ବାରସ୍ଥ ହୋଇଥିବା ଜଣାଯାଇଛି। ବୃଦ୍ଧ ଜଣକ ଅତି ଚତୁରତାର ସହିତ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା ଏବଂ କେହି ପଚାରିଲେ ତା ପୁଅ ଏପରି କରିଥିବା କହିବା ଲାଗି ନାବାଳିକାକୁ ବୃଦ୍ଧ ଫୁସୁଲେଇଥିବା ନାବାଳିକାର ମାଆଙ୍କ ଠାରୁ ସୂଚନା ମିଳିଛି। ଅଭିଯୁକ୍ତକୁ କଠୋର ଦଣ୍ଡ ବିଧାନ ଦାବି କରିଛନ୍ତି ନାବାଳିକାର ମାଆ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାୟାଧର ଦାସ ଓରଫ କାର୍ତ୍ତିକଙ୍କ ବିରୋଧରେ ଏକ ମାମଲା ୨୮୫/୨୧, ଦଫା ୩୭୬{ ୨, ଏମ} ୬ ପକ୍ସୋ ଏକ୍ଟ ରୁଜୁ କରାଯାଇଛି। ନାବାଳିକାର ଡାକ୍ତରୀ ମାଇନା କରାଯାଇଛି ଏବଂ ଆଜି ଭଦ୍ରକ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ଼ |