ହାଟୁଆରୀ ଗାଁରେ ଘର ସମ୍ମୁଖରୁ ବୁଲେଟ୍ ଚୋରୀ ଘଟଣା ,ମାମଲା ରୁଜୁରେ ସୀମିତ ପୁଲିସି

372

କଟକ(ଉତ୍କଳ ନିଉଜ) ୧୨/୦୭/୨୦୨୧ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ହାଟୁଆରୀ ଗାଁର ଘର ସମ୍ମୁଖରୁ ବୁଲେଟ୍ ଚୋରୀକୁ ମାସେ ବିତିବାକୁ ବସିଲାଣି । ଏହି ଚୋରୀ ଘଟଣାରେ ସଂପୃକ୍ତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି । ସନ୍ଧାନୀ କୁକୁର ସହାୟତାରେ ପୋଲିସ ସୁରାକ୍ ମଧ୍ୟ ପାଇଛି ହେଲେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ଏବଂ ଏତଲାକାରୀ ବାରମ୍ବାର ଥାନାକୁ ଯିବାରୁ ତାଙ୍କ ପ୍ରତି ବିରକ୍ତି ମନୋଭାବ ପୋଷଣ କରୁଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତିହିଡି ପୋଲିସ ବିରୋଧରେ ଫେରାଦ୍ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ଏକ ସ୍ୱତନ୍ତ୍ରଭାବେ ତଦନ୍ତ କରି ଚୋରୀ ବୁଲେଟ୍ ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଏତଲାକାରୀ ଉମାକାନ୍ତ ମହାପାତ୍ର ଦାବି କରିଛନ୍ତି । ସେଦିନ ଥିଲା ୧୫.୦୬.୨୧ରିଖ, ସବୁଦିନ ପରି ଘର ସମ୍ମୁଖରେ ପୁଅର ବୁଲେଟ୍ (ହେଣ୍ଡଲ ଲକ୍ ଅବସ୍ଥାରେ) ରଖାଯାଇଥିଲା । ରାତି ପ୍ରାୟ ୨ ଘଟିକାରେ ସେଠାରେ ବୁଲେଟ୍ ନଥିବାରୁ ଖୋଜାଖୋଜି କରିଥିଲେ । ବୁଲେଟକୁ ଘୋଷାରି ଘୋଷାରି ନିଆଯାଇଥିବାର ଚକା ଚିହ୍ନ ଦେଖିବାକୁ ମିଳିଥିଲା । ଦୁର୍ବୁର୍ତ୍ତମାନେ ଚୋରୀ ସମୟରେ ଦୁଇ ହଳ ଜୋତା ଛାଡି ଦେଇଯାଇଥିଲେ । ତେବେ ଉକ୍ତ ଜୋତା ଓ ସ୍ଥାନୀୟ ଭଗବାନ ଦାସଙ୍କ ଘର ସମ୍ମୁଖରେ ବୁଲେଟ ଚକାର ଚିହ୍ନ ଠାବ୍ କରିବା ପରେ ଥାନାରେ ଏତଲା ଦିଆଯାଇଥିଲା । ବାଲେଶ୍ୱରରୁ ସନ୍ଧାନୀ କୁକୁର ମଧ୍ୟ ଆସିଲା । ତିହିଡି ପୋଲିସ ଉପସ୍ଥିତିରେ ସନ୍ଧାନୀ କୁକୁର ଜୋତା ଠାରୁ ଭଗବାନ ଦାସଙ୍କ ଘର ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ଭଗବାନ ଦାସ ତତ୍‌କ୍ଷଣାତ ଦୌଡି ପଳେଇ ଯାଇଥିଲା । ତେବେ ପୋଲିସ ଏତଲାକାରୀଙ୍କୁ ସାନ୍ତନ୍ୱା ଦେବା ସହିତ ବୁଲେଟ୍ ଉଦ୍ଧାର ସହିତ ଚୋରଙ୍କୁ ଧରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଉମାକାନ୍ତ ମହାପାତ୍ରଙ୍କ ଏତଲାକ୍ରମେ ଥାନାରେ ହାଟୁଆରୀ ଗାଁର ଭଗବାନ ଦାସ, ଗାଜିପୁର ଗାଁର ବୁଦ୍ଧିରାମ ମହାନ୍ତି, ଜିଝାରପୁର ଗାଁର ଅଶୋକ ମଳିକ ଓ ଶିବ ମଳିକଙ୍କ ବିରୋଧରେ ଏକ ମାମଲା ୨୪୯/୨୧, ଦଫା ୩୭୯ ଓ ୩୪ ଆଇପିସି ରୁଜୁ ମଧ୍ୟ ହୋଇଛି । ଭଗବାନ ଦାସ ଜଣେ ମାର୍କାଦିଆ କୋଇଲା ମାଫିଆ ।

ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବାନେଇ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ବହୁ ମାମଲା ରୁଜୁ ମଧ୍ୟ ହୋଇଛି । ପୋଲିସ ସହିତ ଭଗବାନ ଦାସଙ୍କର ଉତ୍ତମ ସମ୍ପର୍କ ଥିବାରୁ ତାକୁ ଗିରଫ୍ କରାଯାଉନଥିବା ଏବଂ ତିହିଡି ପୋଲିସ ଠାରୁ ନ୍ୟାୟ ପାଇବାର ସମ୍ଭାବନା ନଥିବା ଏତଲାକାରୀ ଉମାକାନ୍ତ ମହାପାତ୍ର ଏସପିଙ୍କୁ ଅବଗତ କରିଛନ୍ତି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |