ସଙ୍ଗ ରୋଧ କେନ୍ଦ୍ରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

192

ସୁନ୍ଦରଗଡ଼ ଜିଲ୍ଲାର କଟଙ୍ଗ ପଞ୍ଚାୟତ ର କଟଙ୍ଗ ଆଶ୍ରମ ବିଦ୍ୟାଳୟ କୁ ସଙ୍ଗ ରୋଧକ କେନ୍ଦ୍ର ଭାବେ ଖୋଲା ଯାଇଛି । ଏଠାରେ ଦୁଇଟି କୋଠରୀ ରହିଛି । ଗୋଟିଏ କୋଠରୀରେ ପୁରୁଷ ଏବଂ ଅନ୍ୟ ଟିରେ ମହିଳା ପ୍ରବାସୀ ରହୁଛନ୍ତି । ବର୍ତମାନ ମୋଟ ପୁରୁଷ ମହିଳା ମିଶି ୫ ଜଣ ରହୁଛନ୍ତି । ଗତ ୧୫ ତାରିଖ‌ରାତି ରେ ଏହି ସଙ୍ଗ ରୋଧକ କେନ୍ଦ୍ର ରେ ରହୁଥିବା ୧୫ବର୍ଷୀଅ ଝିଅ କୁ ସେହି‌ ସଙ୍ଗ ରୋଧକ କେନ୍ଦ୍ରରେ ରହୁଥିବା ଜଣେ ପୁରୁଷ ଅସଦାଚରଣ କରିଥିଲା । ସକାଳେ ନାବାଳିକା ଝିଅ ନିଜ ବାପାଙ୍କୁ ଜଣାଇବାରୁ ତାଙ୍କ ବାପା କେନ୍ଦ୍ରକୁ ଆସି ଏହି କେନ୍ଦ୍ରର ନୋଡାଲ ଅଫିସର ଦାଇତ୍ୱ ତୁଲାଓ‌ଥିବା କଟଙ୍ଗ ସରପଞ୍ଚ କୁ ଘଟଣା ‌ସମ୍ପକରେ ପଚାରି ବୁଝିଥିଲେ ।ପରେ ଝିଅ ର ଦାଦା‌ ଏବଂ ମାମୁ କେନ୍ଦ୍ରକୁ ଆସି ଯୁବକ କୁ ଉତ୍ତମ ମଧ୍ୟମ ଦେଇ କୁତ୍ରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏଠାରେ ପ୍ରସ୍ନ ଉଠେ ଯେ ଏହି ସଙ୍ଗ ରୋଧକ କେନ୍ଦ୍ର ବା ଆଶ୍ରମ ବିଦ୍ୟାଳୟ ରେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ବର୍ତ୍ତମାନ ସେହି କେନ୍ଦ୍ରରେ ଉଭୟଙ୍କୁ ରଖା ଯାଇଛି । ନୋଡାଲ ଅଫିସର ନିଜେ ସରପଞ୍ଚ ‌ ସହିତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାତ୍ରୀ ଜଗୁଆଳୀ ‌। ଆହୁରି କେତେଜଣ‌ ରହୁଥିଲେ ମଧ୍ୟ ‌ କେମିତି ଏ ଘଟଣା ଜାଣି ପାରିଲେ ନି ତାହା ସନ୍ଦେହ ସୃଷ୍ଟି କରୁଛି । ଗୋଟିଏ କେନ୍ଦ୍ରରେ କାହିଁକି ପୁରୁଷ ଓ ମହିଳା ଙ୍କୁ ଏକାଠି ରଖି ଛନ୍ତି ତାହା ମଧ୍ୟ ପ୍ରଶାସନ ‌ଏବ ସ୍ଥାନୀୟ ସରପଞ୍ଚଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼ ।