ପିତୃ ହନ୍ତା ପାଲଟିଲା ପୁଅ ,ବାପା କୁ ନୃଶଂସ ଭାବେ ହତ୍ୟା କଲା |

168

ଚୌଦ୍ୱାର ଥାନା ଅନ୍ତର୍ଗତ ଟାଙ୍ଗି ଚୌଦ୍ୱାର ବ୍ଲକ ର କରଞ୍ଜି ପଂଚାୟତ ରେ ଆଜି ଘଟିଛି ଏକ ଅମାନବୀୟ ହତ୍ୟା କାଣ୍ଡ |କରଞ୍ଜି ପଞ୍ଚାୟତ ର କଂକାଳି ଗ୍ରାମ ର ରାଉତ ହେମ୍ବ୍ରମ ବୟସ ୬୦ ଙ୍କୁ ତାଙ୍କ ସାନ ପୁଅ ମାଣିକ ହେମ୍ବ୍ରମ ବୟସ ୨୭ ନିଜ ଘର ବାରଣ୍ଡାରେ ହତ୍ୟା କରିଥିବା ଜଣ ପଡିଛି | ଘରୋଇ କଳହରୁ ସାନ ପୁଅ ହଠାତ ଉତ୍କ୍ଷିପ୍ତ ହୋଇ ବାପା କୁ ଏକ ଶାବଳ ରେ ପିଟି ଦେଇ ଥିଲା ଯାହା ଫଳରେ ଘଟଣା ସ୍ଥଳରେ ରାଉତ ହେମ୍ବ୍ରମ ର ପ୍ରାଣ ଚାଲି ଯାଇଥିଲା ବୋଲି ବଡ ପୁଅ କହିଛନ୍ତି |ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣା ତଦନ୍ତ କରୁଛନ୍ତି |