ଚୌଦ୍ୱାର ପୋଲିସ କୁ ବଡ ସଫଳତା |ପୁଣି ଜଣେ ମୋବାଇଲ ଚୋର ପୋଲିସ କବ୍ଜା ରେ |

323

କଟକ(ଉତ୍କଳ ନିଉଜ) ୧୫/୦୫/୨୦୨୧ : କରୋନା ମହାମାରୀ ରେ ଲକଡାଉନ ଓ ସଟଡାଉନ ର ସୁଯଗ ନେଇ ଚୋରଙ୍କର ଉତ୍ପାତ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକ ଲଗେଇବାରେ ପୋଲିସ ସଫଳ ହୋଇଛି |ଆଜି ଏକ ମୋବାଇଲ ଚୋର କୁ ଧରିବାରେ ଚୌଦ୍ୱାର ପୋଲିସ ସଫଳ ହେବା ସହ ତ ଠାରୁ ବିଭିନ୍ନ କମ୍ପାନୀ ର ୧୦ଟି ସ୍ମାର୍ଟ ଫୋନ ଓ କି ଫୋନ ଜବତ କରିଛି |ଚୋର ଜଣକ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ଅଙ୍ଗତରlଡିହ ଗ୍ରାମ ର ବାବୁଲି ପୁହାନ ର ପୁଅ ତାପସ କୁମାର ପୁହାନ(ତପନ) ଗତ ୧୪ ତାରିଖ ରାତି ୯:୪୫ ସମୟରେ ଥାନା ଏଏସଆଇ ଶରତ କୁମାର ସାହୁ ସୂଚନା ପାଇଥିଲେ ଯେ ଏହି ବ୍ୟକ୍ତି ଜଣକ କିଛି ଫୋନ ଜରୀ ବ୍ୟାଗ ରେ ରଖି ନଖରା ବଜାର ରେ ବିକ୍ରି ପାଇଁ ଯୋଜନା କରୁଛି |ପୋଲିସ ଘଟଣା ସ୍ଥଳରେ ତାକୁ ଧରିବା ସହ ତା ଠାରୁ ଫୋନ ଜବତ କରିଥିଲେ |ଉକ୍ତ ଫୋନ ଗୁଡିକୁ ସେ ଚୌଦ୍ୱାର ଏବଂ କଟକ ର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ଜଣାପଡିଥିଲା |ତପନ ନାମରେ ଚୌଦ୍ୱାର ଥାନା ରେ ବିଭିନ୍ନ ଦଫା ରେ ୧୪ ରୁ ଉର୍ଦ୍ଧ କେଶ ଥିବାବେଳେ ଘଟଣା ର ତଦନ୍ତ କରିବା ସହିତ ପୋଲିସ ଆଜି ତାକୁ କୋର୍ଟ ଫରୱାର୍ଡ଼ କରିଛି |