ମରଣାନ୍ତକ ଆକ୍ରମଣରେ ଅଜଣା ବ୍ୟକ୍ତି ଗୁରୁତର ଆହତ।

183

ଶୁକ୍ରବାର ସକାଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ନିକଟସ୍ଥ କଞ୍ଚଣା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଜଣା ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ଏବଂ ୧୦୮ କୁ ଡକାଇଥିଲେ। ୧୦୮ ପହଞ୍ଚିଥିଲେ ଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି କୌଣସି ପରିଚିତ ଲୋକ ମେଡିକାଲ୍ ଯିବା ପାଇଁ ନଥିବାରୁ ଅସୁବିଧା ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ସାମ୍ବାଦିକ ତଥା ସମାଜସେବୀ ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ତୁରନ୍ତ କୋଦଳା ଥାନାକୁ ଜଣାଇବା ସହ ସହାୟତା ଲୋଡ଼ିଥିଲେ। ଏହାପରେ ଆହତ ଯୁବକକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠା ଯାଇଥିଲା ।ଘଟଣାକୁ ନେଇ ଫାଣ୍ଡିରେ କୌଣସି ଏତଲା ହୋଇ ନଥିବା ବେଳେ ଯୁବକର ଠିକଣା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଯୁବକର ହୋସ୍ ଆସିବା ପରେ ତାଙ୍କ ଘର ଖଲ୍ଲିିକୋଟ ଅଞ୍ଚଳର ଫାସୁଳା ବୋଲି ସେ କହିଛି ଏବଂ କୋଦଳା ରେଞ୍ଜର ବଗଂଳା ସାହିରେ ତାଙ୍କର ସଂପର୍କୀୟ ଥିବା କଥା କହିଥିଲା। ତେବେ ଏଭଳି ଘଟଣା କିପରି ଘଟିଲା ସେ ନେଇ ସ୍ପଷ୍ଟ ଜଣାପଡିନଥିବା ବେଳେ ଯୁବକ ଜଣକ କଞ୍ଚଣା ସ୍ଥିତ ଏକ ଇଟାଭାଟିରେ କାମ କରୁଥିବା ବେଳେ ଦୁଇଜଣ ଲୋକ ଙ୍କ ସହ ରାତିରେ ଝଗଡ଼ା ହେବା ପରେ ତାକୁ କାଠ ଫାଳିଆରେ ଆକ୍ରମଣ ହୋଇଥିବା କଥା ପୋଲିସ କହିଛି ।ଘଟଣାକୁ ନେଇ ଦୁଇଜଣ ଲୋକକୁ ଅଟକ ରଖି ଅଧିକ ଅନୁସନ୍ଧାନ କରୁଛି ବେଗୁନିଆପଡ଼ା ପୋଲିସ।କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |