ଦେଶୀ ମହୁଲି ମଦବେପାରି ପୋଲିସ କୁ ଦେଖି ଗାଡି ଛାଡି ଫେରାର :

211

ବଣାଇ ଉପଖଣ୍ଡ ମହୁଲଡିହା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଠାରେ ଗତ କିଛି ଦିନ ପୂର୍ବେ ମହିଳାମାନେ ଏକତ୍ରିତ ହୋଇ ଦେଶି ବିଦେଶୀ ମଦ ପ୍ରଚଳନ ପାଇଁ ବିରୋଧ କରି ପଦଯାତ୍ରା କରିଥିଲେ ଓ କରୋନା ସଙ୍ଗରୋଧ ରେ ବ୍ୟାଘାତ ସୃଷ୍ଟି ହେଉଥିବା ଯୁକ୍ତି ବଢିଥିଲେ । ଉକ୍ତ ଗ୍ରାମର କେତେଜଣ କୁଚିଆ ମଦ ବିକ୍ରି କରୁଥିବା ଅଭିଯୋଗ କୁ ଭିତ୍ତି କରି ସତର୍କତା ଅବଲମ୍ବନ କରିବା ପାଇଁ ତାଗିଦ କରିଥିଲେ।ମାତ୍ର ତାଗିଦକୁ ବେଖାତିର କରି ଲୁଚାଛପା କାରବାର କରୁଥିବା ସ୍ପଷ୍ଟ ଜଣାଯାଇଛି। ଜନୈକ ବ୍ୟକ୍ତି ମୋଟରସାଇକେଲ ରେ ଟ୍ରକ ଟିଉରେ ମଦ ଭର୍ତ୍ତି କରି କୁଚିଆ ବ୍ୟବସାୟ କରୁଥିବା ବେପାରୀ ପାଖକୁ ଆଣୁଥିବା ସମୟରେ ପୋଲିସ ହାବୁଡ଼ରେ ପଡିଥିଲା।ପୋଲିସ କୁ ଦେଖି ମଦ ଆଣୁଥିବା ବ୍ୟକ୍ତି ଗାଡି ଗାଁ ଗଳିଭିତରକୁ ନେଇ ଖୁଣ୍ଟଗାଁରେ ଗାଡ଼ିଛାଡି ଫେରାର ହୋଇଥିବା ଜଣାପଡିଛି।ମହୁଲଡିହା ପୋଲିଶ ଗାଡିକୁ ସିଜ କରି ଆସାମୀକୁ ଧରିବା ପାଇଁ ଉଦ୍ୟମ ଚଳାଇ ଥିବା ଜଣାପଡିଛି।କରୋନା ଯୋଦ୍ଧା ପୋଲିଶ ର ସମୟୋଚିତ ପଦକ୍ଷେପ କୁ ଖୁଣ୍ଟଗାଁ ମହିଳାମାନେ ଓ ବୁଦ୍ଧି ଯିବିଙ୍କ ତରଫରୁ ପ୍ରଶଂସା କରାଯାଇଛି। ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ।