ପୂର୍ବତନ ସରପଞ୍ଚଙ୍କୁ ବନ୍ଧୁକ ଦେଖାଇ ପିଏଲଏଫଆଇ ର ସଦସ୍ୟ ମାନେ ଉଠାଇନେଲେ ।

213

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ହାତୀବାରି ଥାନା ଅନ୍ତର୍ଗତ ପଟବ ଗାଁ ରେ ପିଏଲଏଫଆଇ ସଦସ୍ୟଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧୁକ ଦେଖାଇ ରାତି ଅଧରେ ପୂର୍ବତନ ସରପଞ୍ଚଙ୍କୁ ଉଠାଇ ନେଇଛନ୍ତି । ଚାନ୍ଦା ନଦେବାରୁ ମାଡ ମାରିବା ସହ ଗୁଳି ଚାଳନା କରିଥିବା ଜଣାପଡିଛି । ଚାନ୍ଦା ନଦେବାରୁ ବନ୍ଧୁକ ଦେଖାଇ ସରପଞ୍ଚକୁ ଉଠାଇ ନେଲେ ପିଏଲଏଫଆଇ ସଦସ୍ୟ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର କର୍କଟନାଶା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆଗ୍ନେସିଅସ ହରୋଙ୍କୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ପିଏଲଏଫଆଇ ସଦସ୍ୟ ଦୁଇଟି ବାଇକ ଯୋଗେ ଆସି ବନ୍ଧୁକ ଦେଖାଇ ପାଖ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସେ ପଟବ ଗାଁରେ ତିଆରି କରାଉଥିବା ପାଣି ଟାଙ୍କି କାର୍ଯ୍ୟ ସକାସେ ବଟ୍ଟି ଆକାରରେ ୩ ଲକ୍ଷ ୫୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ଆଉ ସେ ଚାନ୍ଦା ନ ଦେବାରୁ ନିର୍ଦ୍ଦୁମ ମାଡ ମାରି ଛାଡିଦେଇଥିଲେ । ଏହା ପରେ ପିଏଲଏଫଆଇ ସଦସ୍ୟ ପଟବ ଗାଁ ରେ ପହଞ୍ଚି ପାଣି ଟାଙ୍କି ଉପରକୁ ୧୨ ରାଉଣ୍ଡ ଗୁଳି ଚାଳନା କରିଥିଲେ । ସେଥିରୁ ୧୦ ଟି ଗୁଳିଫୁଟି ଥିବାବେଳେ ଦୁଇଟି ଗୁଳି ଫୁଟି ନଥିଲା । ପୋଲିସ ଗୁଳି ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି । ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ।