ବିବାହ କଲେ ଅଭିନେତା ବରୁଣ ଧାୱନ

150

କଟକ (ଉତ୍କଳ ନ୍ୟୁଜ) ୨୫-୦୧-୨୦୨୧ : ବଲିଉଡ ଅଭିନେତା ବରୁଣ ଧାୱନ ରବିବାର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ସେ ନିଜର ପିଲାଦିନ ର ବାନ୍ଧବୀ ନତାଶା ଦଲାଲ ଙ୍କୁ ବିବାହ କରିଛନ୍ତି | ମହାରଷ୍ଟ୍ର ରେ ଅଲିବାଗସ୍ଥିତ ଏକ ବିଚ ରିସର୍ଟ ରେ ତାଙ୍କ ର ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି | ନତାଶା ଖ୍ୟାତିନାମ ବ୍ୟବସାୟୀ ରାଜେଶ ଦଲାଲ ଙ୍କ ର ଝିଅ | ଫ୍ୟାସନ ଡ଼ିଜାଇନିଂ କ୍ଷେତ୍ର ରେ ମଧ୍ୟ ତାଙ୍କ ର ବେଶ ନାଁ ରହିଛି | ଏହି ବିବାହ ଉତ୍ସବ ରେ ବଲିଉଡ ର ଅନେକ ଅଭିନେତା ଅଭିନେତ୍ରୀ, ନିର୍ଦେଶକ ଉପସ୍ଥିତ ରହିଥିଲେ |