ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନା ର ଶିକାର ହୋଇଥିବା ଜୁନାଗଡ଼ ସହର ର ୪ ଜଣ ଶ୍ରମିକ ଉଦ୍ଧlର l

23

କଟକ (ଉତ୍କଳ ନ୍ୟୁଜ ) ୬-୦୫-୨୦୨୪ : କଳାହାଣ୍ଡିରେ ଥମୁନି ଦାଦନ ଦୁଃଖ । ଦାଦନ ସମସ୍ୟା ଜିଲ୍ଲାରେ ଏବେ ଉତ୍କଟ ରୂପ ଧାରଣ କରିଛି | କାମ ଅନ୍ବେଷଣ ରେ ପ୍ରତିବର୍ଷ ଜିଲ୍ଲାରୁ ବହୁସଂଖ୍ୟାରେ ଲୋକେ ଦାଦନ ଖଟିବାକୁ ଯାଇ ଅନେକ ସମସ୍ୟା ର ସମ୍ବୁଖୀନ ହେବା ସହିତ ମୃତ୍ୟୁ ବରଣ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି | ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୁନାଗଡ଼ ସହରରେ | ହାଇଦ୍ରାବାଦକୁ କାମ କରିବାକୁ ଯାଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ୪ ଜଣ ଶ୍ରମିକ ଲଲୀନ ଗହୀର(୪୦), ଲଳିତା ଗହୀର(୩୫),ପିଣ୍ଟୁ ଦଳପତି(୪୦), ପୁଷ୍ପାଞ୍ଜଳି ଦଳପତି(୩୦) ନିର୍ଯ୍ୟାତନା ର ଶିକାର ହୋଇଥିଲେ | ଶେଷରେ ନିର୍ଯ୍ୟାତନା ସହି ନ ପାରି ଠିକାଦାରଙ୍କ କବଳରୁ ଲୁଚିକି ଶୁକ୍ରବାର ନିଜ ଘରକୁ ଚାଲି ଆସିଛନ୍ତି। ଘରକୁ ଚାଲି ଆସିବା ପରେ ଏହି ଘଟଣାଟି ଏବେ ଲୋକ ଲୋଚନକୁ ଆସିଛି। ସେଠାରେ ସେମାନେ କେମିତି କଷ୍ଟରେ ଜୀବନ ଯାପନ କରୁଥିଲେ ତାହାର ଦୁଃଖ କାହାଣୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଜୁନାଗଡ଼ ନଗରପାଳ ଙ୍କ ଠାରୁ ସହାୟତା ସ୍ୱରୂପ ଟଙ୍କା ପାଇବା ପରେ ସେମାନେ ବସ ରେ ନିଜ ଘରକୁ ଫେରିଆସିଥିବା ୪ ଶ୍ରମିକ ପ୍ରକାଶ କରିଛନ୍ତି। ଏବେ ବି ଜୁନାଗଡ଼ ସହରର ସେଠାରେ ଆହୁରି ୨୦ ଜଣ ଶ୍ରମିକ ଠିକାଦାରଙ୍କ ପାଖରେ ବନ୍ଧା ପଡିଛନ୍ତି। ସେମାନଙ୍କୁ ଠିକାଦାର ଅନେକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଗତ ୬ ମାସ ତଳେ ଦାଦନ ଖଟିବାକୁ ସେମାନେ ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ସେମାନେ ଏକ ଇଟାଭାଟିରେ କାମ କରୁଥିଲେ।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଧାପଡିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଠିକାଦାର ପାଖରେ ବକେୟା ଥିବା ତାଙ୍କ ଟଙ୍କା ଅସୁଲ କରିବା ପାଇଁ ୪ ଶ୍ରମିକ ନିବେଦନ କରିଛନ୍ତି। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l