କଂଗ୍ରେସରେ ମିଶିଲେ ଯୁବ ସାମ୍ବାଦିକ ତ୍ରିଲୋଚନ ମହାଳିକ |

76

କଟକ (ଉତ୍କଳ ନ୍ୟୁଜ ) 06-୦୫-୨୦୨୪ : କଂଗ୍ରେସରେ ମିଶିଲେ ଯୁବ ସାମ୍ବାଦିକ ତ୍ରିଲୋଚନ ମହାଳିକ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ତ୍ରିଲୋଚନଙ୍କ ଘର । ବିଭିନ୍ନ ସମୟରେ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଆଞ୍ଚଳିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ଯକ୍ଷ୍ମା ରୋଗର ନିରାକରଣର ସଚେତନ ବାର୍ତ୍ତା ବହନ କରି ସାଇକେଲ ଯୋଗେ ଭାରତ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଗତ ପଞ୍ଚାୟତ ନିିର୍ବାଚନରେ ମୁକୁନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ପାଇଁ ସ୍ୱାଧିନ ପ୍ରାର୍ଥି ଭାବେ ନିର୍ବାଚନ ମୈଦାନରେ ଝାସ ଦେଇଥିଲେ । ଖୁବ୍ କମ୍ ଭୋଟ ବ୍ୟବଧାନରେ ପରାଜୟ ସ୍ୱିକାର କରିଥିଲେ ମଧ୍ୟ ରାଜନୈତିକ ସ୍ତରରେ ଏକ ପ୍ରକାର ପରିଚିତ ମୁହଁ ହୋଇ ଯାଇଛନ୍ତି । ତେବେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରା ଓ ନ୍ୟାୟ ଯାତ୍ରାରେ ଅନୁପ୍ରାଣିତ ହୋଇ ଏବଂ ଭାରତର ଗଣତନ୍ତ୍ର, ଧର୍ମନିରପେକ୍ଷ ଓ ସମ୍ବିଧାନକୁ ସୁରକ୍ଷା କରିବା ପାଇଁ କଂଗ୍ରେସରେ ମିଶିଥିବା କହିଛନ୍ତି ତ୍ରିଲୋଚନ । ଗତ ଦୁଇଦିନ ତଳେ ତିହିଡିରେ ଆୟୋଜିତ କଂଗ୍ରେସ ସମାବେଶରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଜିଲ୍ଲା ସଭାପତି ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ଅମୀୟ ମହାପାତ୍ର, ଧାମନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ବେହେରା, ସତ୍ୟାନନ୍ଦ ରାଉତ, ଦିଗମ୍ବର ଦାସ, ମନୋଜ ବିଶ୍ୱାଳ, ମଧୁମିତା ସେଠୀ, ବୈଲୋଚନ ପଣ୍ଡା, ବ୍ଲକ ସଭାପତି ସରୋଜ ଦାସ ପ୍ରମୁଖ ତ୍ରିଲୋଚନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସୋସିଆଲ ମିିଡିଆ ସଭାପତି ଅମିୟ ପାଣ୍ଡବ, ଜିଲ୍ଲା ସଭାପତି ତଥା ବାସୁଦେବପୁର କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ବ୍ଲକ୍ ସଭାପତି ସରୋଜ ଦାସ, ସୁରେଶ ମହପାତ୍ର ଓ ରବୀନ୍ଦ୍ର ଦାସଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |