ଚାନ୍ଦବାଲିରେ ଦମ୍ ଦେଖାଉଛି ବିଜେପି, ଶାସକ ଦଳକୁ ଶାଣିତ ଆକ୍ରମଣ |

179

କଟକ (ଉତ୍କଳ ନ୍ୟୁଜ ) ୭-୦୫-୨୦୨୪: ଚାନ୍ଦବାଲିରେ ଦମ୍ ଦେଖାଉଛି ବିଜେପି । ଆଉ ଶାସକ ଦଳକୁ କରଛନ୍ତି ଶାଣିତ ଆକ୍ରମଣ । ଅସନ୍ତୁଷ୍ଟ ନେତାଙ୍କ ପ୍ରଚାରରେ ଭୁଷୁଡି ଯାଇପାରେ ବିଜେଡିର ଗଡ । ଏଥର ମନମୋହନଙ୍କ ଝଡ ସାମନାରେ ଫେଲ୍ ମାରିବ କି ବ୍ୟୋମକେଶ ରାୟଙ୍କ ଦବଦବା ! ଚଳିତ ନିର୍ବାଚନରେ ଫୋକସରେ ରହିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ । କାରଣ ଏଠାରେ ପ୍ରାର୍ଥି ହୋଇଛନ୍ତି ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ । ଦୁଇଦୁଇ ଥର ପରାଜୟର ବହ୍ନି କର୍ମୀମାନଙ୍କୁ ଘାଇଲା କରିଛି । ଏନେଇ ବିଜେପି ଦିନକୁ ଦିନ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ସାଉଁଟିବାରେ ଲାଗି ପଡିଛି । ଲଗାତରଭାବେ ମିଶ୍ରଣ ପର୍ବ ଜରିଆରେ ହଜାର ହଜାର କର୍ମୀଙ୍କୁ ବିଜେପିରେ ସାମିଲ କରିଥିବା ବେଳେ ଆଗକୁ ଆହୁରି ଅନେକ ବାକି ଅଛନ୍ତି ବୋଲି କହୁଛନ୍ତି । ସେମାନଙ୍କୁ ଦଳରେ ସାମିଲ କରି ଏକ ବର୍ଣ୍ଣାଢ୍ୟ ତଥା ଉଚ୍ଚ ଶକ୍ତିସମ୍ପନ୍ନ ସାଜସଜ୍ଜାରେ ପ୍ରଚାର ଆରମ୍ଭ କରିବ ବୋଲି ସୂଚନା ମିଳିଛି । ବିଜେଡିର ଦକ୍ଷ ସଂଗଠକ, ଯୁବ ନେତା ଓ ଯୁବ ଗୋଷ୍ଠିଙ୍କୁ କରାୟତ କରିଛି ବିଜେଡି । ଧାମର. ଘଣ୍ଟେଶ୍ୱର, ଆରଡି, ଚାନ୍ଦବାଲି ପୌରାଞ୍ଚଳ ଅଥବା ମତୋ ଓ ଉପାନ୍ତ ଅଞ୍ଚଳରୁ ବିଜେଡିର ଅସନ୍ତୁଷ୍ଟକୁ ଅକ୍ତିଆର କରିବାରେ ସକ୍ଷମ ହୋଇଛି ବିଜେପି । ପରଦେଶୀ କହି ବ୍ୟୋମକେଶ ରାୟ ବିରୋଧି ମନମୋହନଙ୍କୁ ତେରଚ୍ଛା ବାଣ ମାରୁଛନ୍ତି । ହେଲେ ବିରୋଧି ଜମା ଦିହକୁ ନେଉ ନାହଁନ୍ତି । କାରଣ ବିଜେଡିର ସମଦଶା ତାହା ପୁଣି ଭଦ୍ରକ ଜିଲ୍ଲାରେ । ଚାନ୍ଦବାଲିରେ ୨୦୧୪ ନିର୍ବାଚନ ପରେ ୨୦୧୯ରେ ବିଜେପରି ଭୋଟ୍ ହାର ବଢିଛି ଏବଂ ବିଜେପି ଲହରରେ ଏଥର ଅଧିକରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ଜିତିବ ବୋଲି ଆକଳନ କରୁଛି । ଅନ୍ୟପଟେ ଛିଡୁଛି ବିଜେଡି ଆଉ ଯୋଡୁଛି ବିଜେପି । ମିଶ୍ରଣ ଦେଖି ହଜିଯାଇଛି ବିଜେଡିର ନିଦ । ବିଜେପିର ମିଶ୍ରଣ ପର୍ବ ହେଉଛି ନିର୍ବାଚନ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଶକ୍ତିଶାଳୀ ହେଉଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଛାଡି ବିଜେପି ଦଳରେ ମିଶୁଛନ୍ତି । ଗୋଟିଏ ଲକ୍ଷ୍ୟ ବିଜେଡି ସରକାରହଟିବ ଆଉ ବିଜେପି ସରକାର ଗଠନ କରିବ । ବିକଶିତ ଓଡ଼ିଶା ଓ ଚାନ୍ଦବାଲି ବିକାଶ ଗଠନର ବିଜେପି ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତେ ଏକାକାର ହୋଇ ଯାଇଛନ୍ତି । ବିଜେପି ସରକାର ଆସିଲେ ଚିଟଫଣ୍ଡ ଟଙ୍କା ଫେରସ୍ତ, ଚାଷ ପାଇଁ ଜଳସେଚନ ବ୍ୟବସ୍ଥା, ଶିଳ୍ପ ବ୍ୟବସ୍ଥାରେ ଗୁରୁତ୍ୱ ବଢିବ, ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି, କୃଷିଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଭଉଣୀଙ୍କ ଆତ୍ମନିର୍ଭରଶୀଳ ଓ ନିଯୁକ୍ତିର ବିକାଶ, ଚାଷୀର ଧାନ ୩୧ ଶହ ଟଙ୍କାର ବିକ୍ରି ବୃଦ୍ଧି ଏମିତି ସାମଗ୍ରୀକ ବିକାଶ ଓ ଉନ୍ନତି ଦିଗରେ ସୁବିଧା ସୁଯୋଗ ମିଳିବ ବୋଲି ବିଜେପି ପକ୍ଷରୁ କୁହାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |