ପୁଣି ନକଲି ଜର୍ଦ୍ଧା କମ୍ପାନୀ ଠାବ |

215

କଟକ(ଉତ୍କଳ ନିଉଜ) କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରୁ ଏକ ନକଲି ବେଆଇନ ଗୁଟୁଖା କମ୍ପାନୀ ଠାବ । ଲଖ୍ଯାଧିକ ଟଙ୍କାର କଞ୍ଚାମାଲ ସହିତ ଯନ୍ତ୍ରପାତି ଜବତ କରିଛି ଟାଙ୍ଗି ପୋଲିସ । ମଙ୍ଗୁଳି ଅଞ୍ଚଳରୁ ବାରମ୍ବାର ନକଲି କାରଖାନା ମାନ ଠାବ ହୋଇଥିବାବେଳେ ଆଜି ଆଉଏକ କମ୍ପନୀକୁ ଠାବ କରି ଦୁଇଜଣଙ୍କୁ ଅଟକରଖି ପଚରାଉଚରା ଜାରି ରଖିଛି ପୋଲିସ ।ଗତ ଶୁକ୍ରବାର ଖଣ୍ଡଗିରି ପୋଲିସ ଜଣେ ଯୁବକକୁ ୩୦ ଲକ୍ଷ ଟଙ୍କା ସହ ସନ୍ଦେହରେ ଧରିଥିଲା । ଏହି ଟଙ୍କା ପାନ ମସଲର ଆଦାୟ ଟଙ୍କା ବୋଲି ତାର ମାଲିକ କହିଥିଲା ,ଯାହାର ଖୋଲତାଡ଼ କରି ଏହାର ଏକ ଚେର ଟାଙ୍ଗି ବିଲତେ ରୁଆଁ ପର୍ଯ୍ୟନ୍ତ ଲମ୍ବି ଥିବା ଜାଣିବାକୁ ପାଇଥିଲା । ଏହି ଖୁସୁବୁ କମ୍ପାନୀ ଦିର୍ଘଦିନ ହେବ ଏଠାରେ ତାର କାୟା ବିସ୍ତାର କରି ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ବ୍ରାଣ୍ଡ ର ତମାଖୁ ପ୍ରସ୍ତୁତ କରି ବ୍ଯବସାୟ ପାଇଁ ପଠାଉଥିବାବେଳେ ଆଜି ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ପଦ୍ମଲାଭ ପ୍ରଧାନ ଙ୍କ ତତ୍ୱାବଧାନରେ ଟାଙ୍ଗୀ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି କମ୍ପାନୀରେ ଚଢାଉକରି ବିପୁଳ ପରିମାଣର କଞ୍ଚାମାଲ ଓ ଯନ୍ତ୍ରାଂଶ ଜବତ କରିବା ସହ 2 ଜଣକୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଜାଇଛି । ଏଠାରେ ପ୍ରଶ୍ନ ଉଠୁଛି ବାରମ୍ବାର ଏହି ମଙ୍ଗୁଳି ଅଞ୍ଚଳରେ ନକଲି ବେଆଇନ କାରଖାନା କରିଥିବା ଏହି ଅସାଧୁ ବ୍ୟବସାୟୀ ମାନେ କାହା ଛତ୍ର ଛାୟା ତଳେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।