ଜଣେ ୟୁଟ୍ୟୁବର ଙ୍କୁ ୫୦୦ କୋଟି ଟଙ୍କା ର ନୋଟିସ ପଠାଇଲେ ଅକ୍ଷୟ କୁମାର

137

କଟକ (ଉତ୍କଳ ନ୍ୟୁଜ) ବଲିଉଡ ଅଭିନେତା ଅକ୍ଷୟ କୁମାର ଜଣେ ୟୁଟ୍ୟୁବର ଙ୍କ ନାମରେ ୫୦୦ କୋଟି ଟଙ୍କା ର ମାନହାନି ନୋଟିସ ପଠାଇଛନ୍ତି | ସେହି ୟୁଟ୍ୟୁବର ଙ୍କ ନାମ ହେଲା ରସିଦ ସିଦ୍ଧିକି (୨୫) | ସେ ବିହାର ର ବାସିନ୍ଦା ହୋଇଥିବା ବେଳେ ପେସାରେ ଜଣେ ସିଭିଲ ଇଂଜିନିୟର | ସେ ୟୁଟ୍ୟୁବରେ ଏଫଏଫ ନ୍ୟୁଜ ନାମରେ ଏକ ଚ୍ୟାନେଲ ଚାଲିଆସୁଛନ୍ତି | ସେ ସୁଶାନ୍ତ ସିଂ ରାଜପୁତ ମର୍ତ୍ୟୁ ମାମଲାରେ ମିଥ୍ୟା ଖବର ସେୟାର କରିଥିଲେ | ସେ କହିଥିଲେ ଯେ ସୁଶାନ୍ତ ଙ୍କ ଗାର୍ଲଫ୍ରେଣ୍ଡ ରିୟା ଚରବର୍ତ୍ତୀ କୁ କାନାଡ଼ା ପଠାଇବାରେ ଅକ୍ଷୟ ଙ୍କ ହାତ ଅଛି | ସିଦ୍ଧିକି ଆହୁତି କହିଥିଲେ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଙ୍କ ପୁଅ ଆଦିତ୍ୟ ଠାକରେ ଙ୍କ ଅକ୍ଷୟ କୁମାର ସୁଶାନ୍ତ ଙ୍କ ମମମଲ ରେ ଗୋପନ ରେ ଆଲୋଚନା କରିଥିଲେ |