ମା କାଳୀ ମନ୍ଦିରରୁ କଳାକନା ବୁଲେଇବା ସହ ମା ଙ୍କ ଆଖି ତାଡ଼ି ନେଲେ ଦୁର୍ବୃତ |

476

ଚୌଦ୍ୱାର ର ପ୍ରସିଧ୍ୟ ମା କାଳୀ ମନ୍ଦିର କୁ ଲୁଟ କରିଛନ୍ତି ଦୁର୍ବୃତ |ଆଜି ସକାଳୁ ମନ୍ଦିର ର ପୂଜକ ମନ୍ଦିର କୁ ଆସି ଦେଖନ୍ତି ତା ମନ୍ଦିରର ହୁଂଡୀ ମନ୍ଦିର ପରିସରରେ ପଡିଛି ,ମନ୍ଦିରରର ପଛ ପଟ ଫାଟକ ଖୋଲା ପଡିଥିଲା |ପରେ ମନ୍ଦିର କୁ ଆସିବା ପରେ ଜାଣିବାକୁ ପାଇଲେ ,ମନ୍ଦିରର ଦ୍ୱାର ତଡା ହେଇ ମା କାଳୀ ଙ୍କର ସୁନା ମୁକୁଟ,ହାର ,ସୁନା ଚାନ୍ଦି,ଓ ପିତ୍ତଳର ଆସବା ପତ୍ର ନେଇଯାଇଛନ୍ତି |

ଏପରି କି ମା ଙ୍କ ଆଖିରେ ଥିବା ସୁନା କୁ ତାଡ଼ି ନେଇଛନ୍ତି |ଏ ନେଇ ପୂଜକ ମନ୍ଦିର ପରିଚାଳନା କମିଟି କୁ ଖବର ଦେଇ ଥିଲେ |କମିଟି ଆସିବା ପରେ ଚୌଦ୍ୱାର ଥାନା ରେ ଏ ନେଇ ଏକ ଲିଖିତ ଅଭିଯୋଗ ଦିଆଯାଇଛି |ଚୌଦ୍ୱାର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଚୋରି କାର୍ଯ୍ୟ ର ଛାନ ଭିନ କରିବା ସହିତ ସାଇଣ୍ଟିଫିକ ଟିମ କୁ ଘଟଣା ର ତଦନ୍ତ ପାଇଁ ଡକାଯାଇଛି |ସାଇଣ୍ଟିଫିକ ଟିମ ଆସିବା ପରେ ଘଟଣା ବିଷୟରେ ଅଧିକ ଜଣାପଡ଼ିପାରିବ |

ଚୌଦ୍ୱାର ରୁ ବିମଲ କୁମାର ବେଉରା ଙ୍କ ରିପୋର୍ଟ ଉତ୍କଳ ନିଉଜ |