ଆତ୍ମହତ୍ୟା କଲେ ଅଭିନେତା ଆସିଫ ବାସ୍ରା

124

କଟକ (ଉତ୍କଳ ନ୍ୟୁଜ) ୨୦୨୦ ବୋଧେ ବଲିଉଡ ପାଇଁ ଜମାରୁ ଭଲ ନୁହେଁ | ଗୋଟିଏ ପରେ ଗୋଟିଏ ଅଭିନେତା ମାନେ ଆତ୍ମହତ୍ୟା କରିଚାଲିଛନ୍ତି | ବଲିଉଡ ଆଉ ଏକ ଲୋକପ୍ରିୟ ଅଭିନେତା ଆସିଫ ବାସ୍ରା ଗତକାଲି ଆତ୍ମହତ୍ୟା କରିଛନ୍ତି | ମୃତ୍ୟୁ ବେଳେକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା | ସେ ହିମାଚଳ ପ୍ରଦେଶ ର ଧର୍ମଶାଳାସ୍ଥିତ ଏକ ଭଡ଼ାଘରେ ରହୁଥିଲେ | ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି | ତେବେ ସେ କଁ ପାଇଁ ଆତ୍ମହତ୍ୟା କଲେ ତାହା ର କାରଣ ଅସ୍ପଷ୍ଟ ଅଛି | ତାଙ୍କ ମୃତ୍ୟୁ ଖବର ଶୁଣି ଫିଲ୍ମ ଜଗତ ରେ ଶୋକ ର ଛାୟା ଖେଳିଯାଇଛି |