ବଟି ଆଦାୟ ଅଭିଯୋଗ ରେ ୩ ଜଣ ଗିରଫ

188

ଆଗକୁ ଆସୁଛି ପୂଜା, ପୁଜା ପୂର୍ବରୁ କଟକ ସହର ରେ ସକ୍ରିୟ ହୋଇଛନ୍ତି ଅପରାଧୀ। ତେବେ ଦାଦାବଟି କୁ ରୋକିବା ପାଇଁ ଏବେ କମିଶନରେଟ୍ ପୋଲିସ୍ ର ଚାଲିଛି ସ୍ଵତନ୍ତ୍ର ଅଭିଯାନ। ବିଶେଷ କରି ବଟି ଆଦାୟ ପାଇଁ ଏବେ ସେମାନେ ବ୍ୟବସାୟୀ ଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଲେଣି ଅପରାଧି । ବଟି ଆଦାୟ ଅଭିଯୋଗ ରେ ମଙ୍ଗଳାବାଗ ଥାନା ପୋଲିସ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ସେମାନେ ହେଲେ ରାଣୀହାଟ ମାଳିସାହି ର ରାଜା ଓରଫ ରାଜେଶ୍ ପାଲ୍,ଭିକି ଓରଫ୍ ଭବାନୀ ଶଙ୍କର ରାଉତ ଏବଂ ରାଣୀହାଟ ଗୋପାଳ ସାହି ର ବାପି ଓରଫ୍ ଶ୍ରୀକାନ୍ତ ବେହେରା । ଏମାନଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଥାନା ରେ ଏକାଧିକ ମାମଲା ରହିଛି। ମୁଖ୍ୟତଃ ଜମି କିଣି ନୁଆ ଘର କାମ ବେଳେ ଏବଂ ଯେଉଁମାନେ ବଡ଼ ବ୍ୟବସାୟୀ କରୁଛନ୍ତି ସେହି ମାନଙ୍କୁ ହିଁ ଏମାନେ ଟାର୍ଗେଟ୍ କରିଥାନ୍ତି। ଗତକାଲି ରାତିରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବଜ୍ରକବାଟି ରୋଡ ଏବଂ ମାଳି ସାହି ଅଞ୍ଚଳ ରେ ଗୋଟିଏ ଗ୍ୟାଙ୍ଗ ଟଙ୍କା ଆଦାୟ କରିବା ପାଇଁ ଭିଡ ଜମାଇଥିଲେ। ଏ ବାବଦରେ ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ଘଟଣା ସ୍ଥଳରୁ ଏହି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରି ଜେଲ୍ କୁ ପଠାଇ ଦେଇଛି। ତେବେ କୌଣସି ପ୍ରକାରେ ଭୟଭୀତ ନ ହୋଇ ଦାଦାବଟି ମାଗୁଥିବା ବ୍ୟକ୍ତି ଙ୍କ ସମ୍ପର୍କରେ ସୂଚନା ଦେବାକୁ ପୋଲିସ୍ କହିଛି। ଦାଦାବଟି କୁ କୌଣସି ପ୍ରକାର ରେ ବରଦାସ୍ତ କରାଯିବନି ବୋଲି ଗତକାଲି ପୋଲିସ୍ କମିସନର ପ୍ରେସମିଟ୍ ରେ ସୂଚନା ଦେଇଥିଲେ। କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |