ବିଗବସ-୧୪ ରେ ଦେଖାଦେବେ ରାଧେ ମା

135

କଟକ (ଉତ୍କଳ ନ୍ୟୁଜ) ଅକ୍ଟୋବର ୩ ରୁ ରିଆଲିଟି ଶୋ ବିଗବସ-୧୪ ଆରମ୍ଭ ହେବାକୁ ଯାଉଛି | ଚଳିତ ସିଜିନରେ ଖୁବ ଶୀଘ୍ର ଦର୍ଶକ ଦେଖିବେ ଆତ୍ମଘୋଷିତ ମତ ରାଧେ ମା ଙ୍କୁ | ଏହି ଶୋ ରେ ସାମିଲ ହେବ ପାଇଁ ରାଧେ ମା ପ୍ରବଳ ଟଙ୍କା ନେଉଛନ୍ତି | ସୂଚନା ଅନୁସାରେ ରାଧେ ମା ଗୋଟିଏ ସପ୍ତାହ ପାଇଁ ୨୫ ଲକ୍ଷ ଟଙ୍କା ନେବେ ବୋଲି ଜଣାପଡିଛି | ଏହା ପରେ ସେ ଯଦି ଶୋ ରେ ବିଜୟୀ ହୁଅନ୍ତି ସେଥିପାଇଁ ତାଙ୍କୁ ଅତିରିକ୍ତ ଅର୍ଥ ମିଳିବ | ୨୦୧୫ ରେ ମଧ୍ୟ ରାଧେ ମା ବିଗବସ ରେ ସାମିଲ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା | କିନ୍ତୁ ଏହି ମିଛ ଖବର ପ୍ରଚାର କରିବା ପାଇଁ ରାଧେ ମା ଙ୍କୁ ବିଗବସ ଟିମ ନୋଟିସ ପଠାଇଥିଲା |