ସୁଶାନ୍ତ ସିଂ ରାଜପୁତଙ୍କ କାହାଣୀ କୁ ନେଇ ପ୍ରସ୍ତୁତ ଫିଲ୍ମ !

136

କଟକ (ଉତ୍କଳ ନ୍ୟୁଜ) ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଙ୍କ ଜୀବନ ଉପରେ ନିର୍ମାସନ ହେଉଛି ଏକ ଫିଲ୍ମ | ସବୁଠାରୁ ମୁଖ୍ୟ କଥା ହେଲା ଏହି ଫିଲ୍ମ ଟିକୁ ନିର୍ମାଣ କରୁଛନ୍ତି ସରଳା ଏ. ସରାଓଗୀ ଯିଏ ହେଉଛନ୍ତି ସୁଶାନ୍ତ ଙ୍କ ପୂର୍ବତନ ମ୍ୟାନେଜର ସୃତି ମୋଦିଙ୍କ ଓକିଲ ଅଶୋକ ଏ ମ. ସରାଓଗୀଙ୍କ ପତ୍ନୀ | ଫିଲ୍ମ ଟି ର ଟାଇଟଲ ରହିଛି ନ୍ୟାୟ : ଦି ଜଷ୍ଟିସ | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଦେବେ ଜୁବେର ଖାନ | ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଙ୍କ ଭୂମିକାରେ ଦେଖିବାକୁ ମିଳିବ ଶ୍ରେୟା ଶୁକ୍ଲା | ଇଡି ଭୂମିକାରେ ଦେଖିବାକୁ ମିଳିବ ଅମିନ ବର୍ମା, ଏନସିବି ଭୂମିକାରେ ଦେଖିବାକୁମିଳିଵ ଶକ୍ତି କପୁର ଙ୍କୁ ଓ ସିବିଆଇ ଭୂମିକାରେ ଦେଖିବାକୁ ମିଳିବ ସୁଧା ଚନ୍ଦ୍ରନ ଙ୍କୁ |