ତିନି ହାଇୱା ଜବତ

178

କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଚପଦା ପଞ୍ଚାୟତ ମଣିଆ ଠାରୁ ବେଆଇନ ଭାବେ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର ମାଟି,ମୋହରମ ଖୋଳୁଥିବାବେଳେ ଆଜି ଅତିରିକ୍ତ ତହସିଲଦାର ପ୍ରସନ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ଜିଲ୍ଲା ପ୍ରବର୍ତ୍ତନ ବାହିନୀ ପକ୍ଷରୁ ଚଢାଉ କରାଯାଇ ଓଡି ୧୫କ୍ଯୁ୨୬୩୭,ଓଡି ୧୫କ୍ଯୁ୨୬୧୭ ଓ ଏକ ନମ୍ବର ବିହନ ତିନୋଟି ହାଇୱା ଜବତ କରିବା | ସହ ତିନିଜଣ ଡ୍ରାଇଭର କୁ ଅଟକ ରଖିଛି ଏହି ଗାଡିର ପରିବହନ ସାର୍ଟିଫିକେଟ ନଥିବାରୁ ଜବତ କରି ଟାଙ୍ଗୀ ଥାନା ଜିମା ଦେଇଥିଲେ | ଦୀର୍ଘ ଦିନହେବ ଏହି ଠିକାଦାର କିଛି ଅସାମାଜିକ ବ୍ୟକ୍ତିଙ୍କୁ ହାତରେ ରଖି ଗୋଚର ଓ ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଓ ମୋହରମ ଖୋଳି ରେଳବାଇ କାମରେ ଲଗାଉ ଥିବାର ଜଣାପଡିଛି | ଚୌଦ୍ୱାର ରୁ ସୁଶାନ୍ତ ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |