କଳିଙ୍ଗନଗର ବାରଗାଡ଼ିଆ ହିଙ୍ଗୁଳା ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରି ଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ।

169

କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ହିଙ୍ଗୁଳା ହାଇସ୍କୁଲ ରେ ମଧ୍ୟାହ୍ନ ଭୋଜନ ଟଙ୍କାକୁ ହଡ଼ପ କଲେ ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ। ଏହାକୁ ନେଇ ସ୍କୁଲୁର ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଅଭିଯୋଗ କରିଥିଲେ ଯେ କୋରୋନା ମହାମାରୀ ପାଇଁ ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ବଦଳରେ ଛାତ୍ର ଛାତ୍ରୀ ଙ୍କୁ ଟଙ୍କା ଦେବାପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରି ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ ସମସ୍ତ ଟଙ୍କା ନିଜେ ହରି ଲୁଟୁ କରିଛନ୍ତି । ଏ ଘଟଣା ର ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ ଙ୍କ ଆକ୍ରୋସ ର ଶିକାର ହୋଇଥିଲେ ଓ ପୋଲିସ ରେ ଦେବାପାଇଁ ଧମକ ଦେଇଥିଲେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ । ସେଥିପାଇଁ ସମସ୍ତ ଅବିଭାବକ ଓ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ଏଭଳି ହରିଲୁଟୁ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ନାୟକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ଦେଖାଦେବ । ଯାଜପୁର ରୁ ଜନ୍ମଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |