ଏନଏସ ଡି ର ନୂଆ ଅଧ୍ୟକ୍ଷ ହେଲେ ଅଭିନେତା ପରେଶ ରାୱାଲ

157

କଟକ (ଉତ୍କଳ ନ୍ୟୁଜ) ବଲିଉଡ ଅଭିନେତା ତଥା ପୂର୍ବତନ ସଂସଦ ପରେଶ ରାୱାଲ ଆଜି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ର ଅଧ୍ୟକ୍ଷ ନୁଯୁକ୍ତି ହୋଇଛନ୍ତି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାୱାଲଙ୍କୁ ଏହି ନୂଆ ପଦବୀ ଦେଇଛନ୍ତି | ଏନଏସ ଡି ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି | ଏନଏସ ଡି ପକ୍ଷରୁ କୁହାଯାଇଛି ଯେ ପରେଶ ରାୱାଲ ଙ୍କ ମଗାଦର୍ଶନ ରେ ଏନଏସ ଡି କୁ ନୂଆ ଶିଖରରେ ପହଞ୍ଚାଇବାରେ ସହାୟକ ହେବ | ନୂଆ ନୁଯୁକ୍ତି ପାଇ ପରେଶ କହିଛନ୍ତି ତାଙ୍କ ଦାୟିତ୍ୱ ଚ୍ୟାଲେଞ୍ଜପୁର୍ଣ ରହିବ କିନ୍ତୁ ମଜାଦାର ହେବ | ୬୫ ବର୍ଷୀୟ ଶ୍ରୀ ପରେଶ ଦୀର୍ଘ ୩ଦଶନ୍ଧୀ ରୁ ଅଧିକ ସମୟ ହେଲା ବଲିଉଡ ଜଗତ ସହ ଜଡିତ ଅଛନ୍ତି |