ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀ ଙ୍କ ପରଲୋକ

134

କଟକ (ଉତ୍କଳ ନିଉଜ଼ ) ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ଘଟିଛି | ଆଜି ସକାଳେ ଆନ୍ଧ୍ର ପ୍ରଦେଶର ଗୁନଟୁରରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା | ସେ ୧୯୮୮ରେ ଫିଲ୍ମ ବ୍ରହ୍ମପୁତ୍ର ଡୁ ର ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ | ଯେ ପ୍ରକାଶ ବିଭିନ୍ନ ପ୍ରକାର ଅଭିନୟ ରେ ମାହିର ଥିଲେ | ସେ ୧୦୦ରୁ ଅଧିକ ଫିଲ୍ମ ରେ କାମ କରିସାରିଛନ୍ତି | ତାଙ୍କ ମୃତ୍ୟୁରେ ସାଉଥ ଇଣ୍ଡଷ୍ଟ୍ରି ସହିତ ଜଡିତ କଳାକାରମାନେ ଶୋକପ୍ରକାଶ କରିଛନ୍ତି |