ଅନୁଭବ ମହାନ୍ତି ଙ୍କ ବିରୁଦ୍ଧରେ ଭରଣପୋଷଣ ପାଇଁ ଅଦାଲତ ଗଲେ ସ୍ତ୍ରୀ ବର୍ଷା

445

କଟକ (ଉତ୍କଳ ନିଉଜ଼) ମାନ୍ୟବର ଏସଡିଜେଏମ କଟକ ସଦର ଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡ଼ ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ | ସୂଚନା ଥାଉକି, ବର୍ଷା ସିଆରଏଲଏମସି ନଂ. ୯୪/୨୦୨୦ ରେ ପ୍ରୋଟେକ୍ସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨,୧୭,୧୮, ୧୯,୨୦ ଓ ୨୨ରେ ମକଦ୍ଦମାଟିକୁ ଦାୟର କରିଛନ୍ତି | ଏହି ମକଦ୍ଦମାଟି କୁ ବର୍ଷା ନିଜ ସ୍ୱାମୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ବିରୁଦ୍ଧରେ ଦାୟର କରିଛନ୍ତି | ସେ କହିଛନ୍ତି ଜେ ତାଙ୍କ ସ୍ୱାମୀ ମଦ୍ୟପ ଏବଂ ମଧୁମେହ ରୋଗୀ ବୋଲି କହିଛନ୍ତି | ସେ ଅଭିଯୋଗ କରିଛନ୍ତି ଜେ ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ଶୟନ କକ୍ଷରେ ମଦ୍ୟପାନ କରନ୍ତି ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥାନ୍ତି | ସେ ଏହାର ବରୋଧ କରିବାରୁ ଅନେକ ଥର ତାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦେଇଛନ୍ତି | ବର୍ଷା ଆହୁରି ମଧ୍ୟ କହିଛନ୍ତି ଜେ ଅନୁଭବ ଙ୍କର ସିନେମା ଜଗତର ଅନ୍ୟ ଝିଅ ସାଙ୍ଗରେ ମଧ୍ୟ ସମ୍ପର୍କ ଅଛି | ବର୍ଷା କ୍ଷତିପୂରଣ ବାବଦରେ ୧୩କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ ପାଇଁ ୨କୋଟି ଟଙ୍କା ଦାବି କରିଛନ୍ତି | ମକଦ୍ଦମାଟି ମାନ୍ୟବର ଅଦାଲତରେ ପ୍ରୋଟେକ୍ସନ ଅଫିସରଙ୍କ ନିକଟନକୁ ପଠାଇଥିବା ଜଣାଯାଇଛି |