ଆଗ୍ରାରେ ଗୋଟିଏ ପରିବାରର ୩ ସଦ୍ୟସଙ୍କୁ ହତ୍ୟା

183

କଟକ (ଉତ୍କଳ ନିଉଜ଼) ଆଗ୍ରାରେ ଷୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିତ ହୋଇଯାଇଛି | ଗୋଟିଏ ପରିବାରର ତିନିଜଣ ଙ୍କ ମୃତଦେହ ଉଦ୍ଧାର ହୋଇଛି | ସମସ୍ତଙ୍କ ମୃତ ଦେହ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି | ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ, ଓ ପୁଅ ରହିଛନ୍ତି | ତେବେ ମିଳିଥିବା ସୂଚନ ଅନୁଯାୟୀ ତାଙ୍କୁ ହତ୍ୟା କରାଯାଇଛି ବୋଲି ସ୍ଥାନୀୟଲୋକ କହିଛନ୍ତି | ପ୍ରକାଶ ଥାଉକି ସମ୍ବର ଦିନ ସକାଳ ସମୟରେ ସ୍ଥାନୀୟ ଲୋକେ ଘର ଭିତରେ ତିନିଜଣଂକ ମୃତଦେହ ଦେଖିଲେ | ଏହାପରେ ସ୍ଥାନୀୟ ପୋଲିସ କୁ ଖବର ଦିଆଯାଇଥିଲା | ପୋଲିସ ପହଂଚି ତିନି ଜଣଙ୍କ ମୃତ ଦେହ କୁ ଠାବ କରି ତଲାସ ଜାରି ରଖିଛି |