ପିଏନବି ସହ ୫ବ୍ୟାଙ୍କ୍ରୁ ୨୨୧ କୋଟି ହଡପ କରିଛି ହିନ୍ଦ ଆଗ୍ରୋ

167

କଟକ (ଉତ୍କଳ ନିଉଜ଼) କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ବ୍ୟାଙ୍କ ଦୁର୍ନୀତି ମାମଲାରେ ହିନ୍ଦ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଏବଂ କିଛି ସମାଜସେବୀଙ୍କ ବିରୋଧରେ ମାମଲା ରୁଜୁ କରିଛି | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ହିନ୍ଦ ଆଗ୍ରୋ ବିରୋଧରେ ଅଭିଯୋଗ ହୋଇଛି ଯେ , ପିଏନବି, ଦେନା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଓ ଇଣ୍ଡିଆନ ବ୍ୟାଙ୍କ ସଂଘ ସହ ୨୨୧.୭୨ କୋଟିର ଠକେଇ କରିଛି | ପ୍ରକାଶ ଥାଉକି ହିନ୍ଦ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଅଲିଗଡ଼ ଓ ଦିଲ୍ଲୀ ଆଧାରିତ କମ୍ପାନୀ ଅଟେ |