କୌନ ବନେଗା କରୋଡ଼ପତି ର ସୁଟିଂ ଆରମ୍ଭ

145

କଟକ (ଉତ୍କଳ ନିଉଜ଼) ମହାନ ଅଭିନେତା ଅମିତାଭ ବଚ୍ଚନ କିଛି ଦିନ ପୂର୍ବରୁ କରୋନା କୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରି ଥିଲେ | କିଛି ଦିନ ପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଖୁବ ଶୀଘ୍ର କେବିସି-୧୨ ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି | ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସୁଟିଂ ସେଟ ର ଏକ ଫଟୋ ସେୟାର କରିଛନ୍ତି | ସେଟରେ ସମସ୍ତେ ପିପିଇ କିଟ ପିନ୍ଧିଥିବା ଫଟୋ ରେ ଦେଖିବାକୁ ମିଳିଛି |