ଇନଟୁ ଦ ୱ|ଇଲଡ ରେ ବିୟର ଗ୍ରିଲସ ସହ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

151

କଟକ (ଉତ୍କଳ ନିଉଜ଼) ଅଭିନେତା ଅକ୍ଷୟ କୁମାର ଙ୍କୁ ପ୍ରସିଦ୍ଧ ଆଡ଼ଭେଞ୍ଚର ସୋ ଇନଟୁ ଦ ୱ|ଇଲଡ ଉଇଥ ବିୟର ଗ୍ରିଲସ ର ସ୍ୱତନ୍ତ୍ର ଏପିସୋଡରେ ଦେଖିବାକୁ ମିଳିବ | ସେପ୍ଟେମ୍ବର ୧୧ ତାରିଖ ରେ ଡ଼ିସକଭରି ପ୍ଲସ ଆପ ଏବଂ ୧୪ତାରିଖ ରେ ଡ଼ିସକଭରୀ ଚ୍ୟାନେଲରେ ଏହାର ପ୍ରସାରଣ କରିଯିବ | ଅକ୍ଷୟ ନିଜେ ଶୁକ୍ରବାର ଏହାର ଟିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି | ଏହି ଦୁଇ ଜଣ କର୍ଣ୍ଣାଟକ ର ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ସୁଟିଂ ଶେଷ କରିଛନ୍ତି | ଏହା ଆଗରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଭିନେତା ରଜନୀକାନ୍ତ ମଧ୍ୟ ଏହି ସୋ ରେ ଦେଖିବାକୁ ମିଳିଛି |