ଆଦିପୁରୁଷ ରେ ଦେଖାଦେବେ ପ୍ରଭାସ

128

କଟକ (ଉତ୍କଳ ନିଉଜ଼) ବାହୁବଳୀ ଅଭିନେତା ପ୍ରଭାସ ନିଜ ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି | ଫିଲ୍ମ ର ଟାଇଟଲ ରହିଛି ଆଦିପୁରୁଷ | ଏହା ଏକ ଥ୍ରୀ ଡି ଆକ୍ସନ ଡ୍ରାମା ମୁଭି ହେବ | ପ୍ରଭାସ ଙ୍କୁ ଏଥିରେ ପୌରାଣିକ ଚରିତ୍ର ରେ ଦେଖିବାକୁ ମିଳିପାରେ | ଓମ ରାୱତ ଏହାର ନିର୍ଦ୍ଦେଶନା ରେ ଥିବାବେଳେ ଭୂଷଣ କୁମାର ପ୍ରଯୋଜନାରେ ରହିଛନ୍ତି | ପ୍ରଭାସ ସୋସିଆଲ ମିଡ଼ିଆ ରେ ଫିଲ୍ମ ର ଏକ ପୋଷ୍ଟର ବି ସେୟାର କରିଛନ୍ତି | ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ୨୦୨୨ ରେ ରିଲିଜ ହେବ |