ହସ୍ପିଟାଲରୁ ଡ଼ିସଚାର୍ଜ ହେଲେ ଅଭିନେତା ସଞ୍ଜୟ ଦତ୍ତ

144

କଟକ (ଉତ୍କଳ ନିଉଜ଼) ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଡ଼ିସଚାର୍ଜ ହୋଇଛନ୍ତି | ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେ କରୋନା ସଂକ୍ରମିତ ହୋଇଥିବା ର ସନ୍ଦେହ କରାଯାଇଥିଲା | ମାତ୍ର ତାଙ୍କର କରୋନା ନମୁନା ପରୀକ୍ଷା ନେଗେଟିଭ ଆସିଥିଲା, ତଥାପି ଅନ୍ୟ କେତକ ପରୀକ୍ଷା ନିରୀକ୍ଷା ଲାଗି ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା | ଘରେ ପହଞ୍ଚିବା ପରେ ସଞ୍ଜୟ ସେଠାରେ ଥିବା ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ପୂର୍ଣ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଥିଲେ |