୧୬ ନଂ ଜାତୀୟ ରାଜପଥର କଇଠ ପଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍ଘ

177

୧୬ ନଂ ଜାତୀୟ ରାଜପଥର କଇଠ ପଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍ଘ |ଟଣା ସ୍ଥଳରେ ୧୩ ଗୋରୁ ମୃତ ୧୨ ରୁ ଅଧୀକ ଗୋରୁ ଆହତ |ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି |ଗୋରୁ ମାନଙ୍କର ମ୍ରୁତ ଶରୀର ଦୂର୍ଘଟଣା ସ୍ଥଳରେ ପଡି ରହିଥିବା ବେଳେ କେତେକ ଗୋରୁ କ୍ଷତାକ୍ତ ହୋଇ ସେଠାରେ ଯନ୍ତ୍ରଣ‍ାରେ ଛଟ ପଟ ହେଉଛନ୍ତି |କେତେକ ଗୋରୁ ଭୟରେ କୁଆଡେ ପଳାଇ ଯାଇଛନ୍ତି |ଗୋରୁ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣା ପଡିଛି |ଦୁର୍ଘଟଣା ଖବର ପ୍ରାଣୀ ଚିକିସ୍ଚl ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତ୍ରୁତ୍ୱରେ ଭ୍ରାମ୍ୟମାଣ ଚିକିସ୍ଚା ଦଳ ଘଟଣା ସ୍ଥଳରେ ପହଂଚି ଆହତ ଗୋରୁ ମାନଙ୍କର ଚିକିସ୍ଚା କରିଛନ୍ତି |ଗୋରୁ ଗୁଡିକ ରାସ୍ତା କଡରେ ଶୋଇଥିବା ବେଳେ ଦ୍ରୁତଗାମୀ ମାଲ ବାହୀ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇ ଥିବା ଅନୁମାନ କରା ଯାଉଛି | ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନିଉଜ |