ବିବାହ ତାରିଖ ଘୋଷଣା କଲେ ରାଣା

161

କଟକ (ଉତ୍କଳ ନିଉଜ଼) ଫିଲ୍ମ ‘ ବାହୁବଳୀ ’ ପରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତା ରାଣା ଦଗୁବତୀ ତାଙ୍କ ବାହାଘର ତାରିଖ ଘୋଷଣା କରିଛନ୍ତି। ଅଗଷ୍ଟ ୮ ତାରିଖରେ ତାଙ୍କ ବାହାଘର ହେବ। ଲକଡାଉନ ସମୟରେ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କସହିତ ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଥିଲା। ନିର୍ବନ୍ଧ ଶେଷ ହେବା ପରେ ସେ ସୋସିଆଲ ମିଡିଆରେ ଏ ସଂପର୍କରେ ସୂଚନାଦେଇଥିଲେ ଓ ଫଟୋ ବି ଛାଡ଼ିଥିଲେ। ରାଣା କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅଧିକ କିଛି କହିବାକୁ ଚାହାନ୍ତି ନାହିଁ। ତେବେ ସେ ମିହିକାଙ୍କୁ ବହୁତ ଭଲ ପାଆନ୍ତି। ମିହିକାଙ୍କ ଘର ତାଙ୍କ ଘର ଠାରୁ ମାତ୍ର ୩ କିଲୋମିଟର ଦୂର। ସେ ତାଙ୍କ ପରିବାର ସହ ରହନ୍ତି। ଦୁହିଁଙ୍କ ଘର ଅଧିକ ଦୂରରେ ନଥିବାରୁ ଲକଡାଉନ ରେ ନିର୍ବନ୍ଧ ବେଳେ ବିଶେଷ କିଛି ଅସୁବିଧା ହୋଇ ନଥିଲା। ରାଣା କହିଛନ୍ତି ଯେ ତାଙ୍କ ବାହାଘରରେ ଅଧିକ ଲୋକ ସାମିଲ ହେବେନାହିଁ। କେବଳ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ଏହି ବାହାଘର ହେବ।