ଗୁଣିଗାରେଡି ସନ୍ଦେହ ରେ ବୃଦ୍ଧ ଦମ୍ପତି ଙ୍କୁ ପୋଡି ହତ୍ୟା |

195

କଳିଙ୍ଗନଗର ଥାନା ନିମପଲ୍ଲୀ ଗ୍ରାମର ସୁରୀସାହି ଆଦିବାସୀ ବସ୍ତିରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ପୋଡି ହତ୍ୟା କରିବା ଘଟଣା। କଳିଙ୍ଗନଗର ପୋଲିସ୍ ଦ୍ବାରା ଆଉ ୯ ଅଭିଯୁକ୍ତ ଗିରଫ। ଗତ ୨୦ ତାରିଖରେ ଘଟିଥିଲା ଘଟଣା। ଏହି ଘଟଣାରେ ଗତ ୨୧ ତାରିଖରେ ୪ ଗିରଫ ହୋଇଥିଲେ। ଆଜି ଆଉ ୯ ଜଣଙ୍କୁ ଗିରଫ କରିବା ପରେ ଗିରଫ ଅଭିଯୁକ୍ତ ଙ୍କ ସଂଖ୍ୟା ୧୩ ରେ ପହଂଚିଛି। ଆଜି ଗିରଫ ୯ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଯାଜପୁର ଏସପି ଚରଣ ସିଂ ମୀନା କଳିଙ୍ଗନଗର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଯାଜପୁର ରୁ ଜନ୍ମଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |