କଟକ (ଉତ୍କଳ ନ୍ୟୁଜ ) ୧୪-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ସିନ୍ଦୋଳ ପଞ୍ଚାୟତ ଅଧିନ ସାଟିଉଟି ମୌଜାର ଦଶମୌଜା କେନାଲ ଉପରେ ଖନନ ହେଉଥିବା ଏକ ବେଆଇନ୍ ନିର୍ମାଣ ବନ୍ଦ କଲେ ତହସିଲଦାର ଜୟଦ୍ରଥ ଆଚାର୍ଯ । ଏହାର ସବିଶେଷ ତଦନ୍ତ ସରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣିଙ୍କ ଅଭିଯୋଗ ଅନୁଯାଇ, ଏହି ପଞ୍ଚାୟତ ଅଧିନ ସାଟିଉଟି ମୌଜାର କେନାଲ ବନ୍ଧ(ପ୍ଲଟ ନମ୍ବର ୮୭) ଉପରେ ଗୌରୀଶଙ୍କର ବେହେରା ନାମକ ଜଣେ ଠିକାଦାର ଏକ ନଳକୂପ ଖନନ କରୁଥିବା ସେ ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଶ୍ରୀମତୀ ପାଣି ସଂପୃକ୍ତ ଠିକାଦାରଙ୍କୁ ପଚାରିବାରୁ ତାହା ଏକ ବ୍ୟକ୍ତିଗତ ପ୍ରକଳ୍ପ ବୋଲି ଉତ୍ତର ଦେବା ସହିତ ସେଥିରେ ମୁଣ୍ଡ ଖେଳାନ୍ତୁ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ସେ ଉଭୟ ବିଡିଓ ଓ ତହସିଲଦାରଙ୍କ ନିକଟରେ ଫେରାଦ୍ ହୋଇଥିଲେ । ଯାହାକୁ ନେଇ ତହସିଲଦାର କୋହ୍ଲ ଆରଆଇଙ୍କ ଜରିଆରେ କ୍ଷେତ୍ରୀୟ ତଦନ୍ତ କରିବା ପରେ ଖନନ କାର୍ଯ୍ୟ ବନ୍ଦ କରିଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |