କଟକ (ଉତ୍କଳ ନ୍ୟୁଜ ) ୧୨-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କମାରିଆସ୍ଥିତ ଆନନ୍ଦ ପ୍ରସାଦ ସିନ୍ଦୋଳ ପଞ୍ଚାୟତ ସହଯୋଗ ଉଚ୍ଚ ବିଦ୍ୟାଳୟର ୩୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତିହିଡ଼ି ସିଆରଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅଭୟ କୁମାର ଦାସ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ନାୟକ, ମଙ୍ଗଳପୁର ସରପଞ୍ଚ ପୁୁଷ୍ପାଞ୍ଜଳି ଲେଙ୍କା, କବି ରବିକୁମାର ମହାନ୍ତି, ଅଧ୍ୟାପକ ହରେକୃଷ୍ଣ ପାଣି, ସମାଜସେବୀ ରବୀନ୍ଦ୍ର କୁମାର ଦାସ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା ସହ ଅନ୍ତର୍ନିହିତ ଗୁଣର ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । ଶିକ୍ଷକ ବିପ୍ଳବ କୁମାର ପହି ଅତିଥି ପରିଚୟ, ସରୋଜ କୁମାର ପରିଡ଼ା ସ୍ୱାଗତ ଭାଷଣ ଓ ରଂଜନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ା ଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ମୃତ୍ୟୁଞ୍ଜୟ ପାଣି, ତାରାକାନ୍ତ ପତି, ଉମାକାନ୍ତ ସାହୁ, ମଞ୍ଜୁଲତା ଜେନା, ଶିକ୍ଷା କର୍ମଚାରୀ ଜନ୍ମେଜୟ ଲେଙ୍କା ଓ ସଂଜୟ କୁମାର ମଲିକ ପ୍ରମୁଖ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |